Thursday, October 22, 2026
ADVERTISEMENT
Home ରାଜ୍ୟ ୪ର୍ଥ ଦିନରେ ଶୀତଳ ଭଣ୍ଡାର ମାଲିକ ସଂଘ ଆନ୍ଦୋଳନ : ରାଜରାସ୍ତାରେ ଆତ୍ମାହୁତି ଧମକ

୪ର୍ଥ ଦିନରେ ଶୀତଳ ଭଣ୍ଡାର ମାଲିକ ସଂଘ ଆନ୍ଦୋଳନ : ରାଜରାସ୍ତାରେ ଆତ୍ମାହୁତି ଧମକ

452
ADVERTISEMENT

ଭୁବନେଶ୍ବର,(ଦୁନିଆ ହାଲ୍ ଚାଲ୍): ରାଜ୍ୟ ଶୀତଳଭଣ୍ଡାର ମାଲିକ ସଂଘର ଆନ୍ଦୋଳନକୁ ୪ଦିନ ବିତିଲା। ମାତ୍ର ସରକାର ସଂଘ ସହ କୌଣସି ଆଲୋଚନା କରିନାହାନ୍ତି। ଫଳରେ ଆଗକୁ ଏହି ଆନ୍ଦୋଳନ ଆହୁରି ଭୟଙ୍କର ରୂପ ନେବ ବୋଲି ସଂଘ ଚେତାବନୀ ଦେଇଛି। ମୋଟ୍ ୩୯ ଶୀତଳଭଣ୍ଡାର ବନ୍ଦ ରହିବା ଦ୍ବାରା ରାଜ୍ୟର ଲକ୍ଷଲକ୍ଷ ପନିପରିବା ଚାଷୀ ଘୋର କ୍ଷତିଗ୍ରସ୍ତ ହେବେ ଓ ଏଥିପାଇଁ ସରକାର ଦାୟୀ ରହିବେ। ୩ବର୍ଷ ହେଲା ବିପୁଳ କ୍ଷତି ସହି ଆସିଥିବା ଶୀତଳଭଣ୍ଡାର ମାଲିକମାନେ ଶେଷରେ ବାଧ୍ୟ ହୋଇ ରାଜରାସ୍ତାରେ ଆତ୍ମାହୁତି ଦେବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଚରମ ଚେତାବନୀ ଦେଇଛନ୍ତି।

Advertisement