ଗୁରୁଣ୍ଠି ପଞ୍ଚାୟତର ଦୁଇଟି ବିଦ୍ୟାଳୟର ଉନ୍ନୟନପ୍ରତି ଅଣଦେଖା :

204
ADVERTISEMENT

କୁକୁଡାଖଣ୍ଡି ,୪/୮(ଇ.ରଞ୍ଜନ ):କୁକୁଡାଖଣ୍ଡି ବ୍ଲକ ଅଧିନସ୍ଥ ଗୁରୁଣ୍ଠି ପ୍ରାଥମିକ ବିଦ୍ୟାଳୟରେ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ଶ୍ରେଣୀ ଗୃହକୁ ମରାମତି କରାଯାଉନଥିବା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ୪00 ରୁ ଅଧିକ ଛାତ୍ର ଛାତ୍ରୀଙ୍କ ପାଠ ପଢାରେ ଘୋର ବ୍ୟାହତ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି ।ବିଦ୍ୟାଳୟରେ ପାଚେରୀ ନିର୍ମାଣ ନିମନ୍ତେ ଅନୁଦାନ ଆସିଥିଲେ ମଧ୍ୟ ବିଦ୍ୟାଳୟ ପରିଚାଳନା କମିଟିର ଅବହେଳାରୁ ଅଦ୍ୟବଧି ତାହା କାର୍ଯ୍ୟ କାରି ହେଉନଥିବା ଯୋଗୁଁ ସ୍ୱଷ୍ଟ ଦିବାଲୋକରେ ମଦ୍ୟପ ମାନଙ୍କର ପାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଯାହାକି କୋମଳ ମୋତି ଛାତ୍ର ଛାତ୍ରୀ ମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ଅଭିଯୋଗ ହୋଇଛି। ପାନୀୟ ଜଳର ଘୋର ଅଭାବ ଦେଖାଦେଉଥିବା ଏକ ଅଚଳ ନଳ କୂପର ମରାମତି ହେଉନଥିବା କୁହାଯାଇଛି ।ରୋଟାରୀ କ୍ଳବ ଅନୁଦାନରେ ନିର୍ମିତ ୱାସ ବେସିନକୁ ଜଳ ଯୋଗାଣ ମଧ୍ୟ କାର୍ତ୍ୟୁପକ୍ଷ ଅବହେଳା । ତାହା ଯାଗୁଁ ଅଦ୍ୟବଧି ଅଚଳ ହୋଇ ପଡି ରହିଛି ।
ଏହି ପଞ୍ଚାୟତ ଅନ୍ତର୍ଗତ ଶ୍ରୀରଙ୍ଗରାଜପୁର ପ୍ରାଥମିକ ବିଦ୍ୟଳୟରେ ମଧ୍ୟ ବହୁବିଧ ଅନିୟମିତତା ଦେଖା ଦେଉଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଗତ ୧୬ବର୍ଷ ଧରି ସେହି ବିଦ୍ୟଳୟରେ ରାଜନୈତିକ ଛତ୍ରଛାୟା ତଳେ ରହି ନିଜର ମନ ମୁଖି କାରବାର କରୁଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଅନିୟମିତତାର ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ହୋଇଛି ।ଦୁଇଟିଯାକ ବିଦ୍ୟାଳୟର ପ୍ଳାନିଙ୍ଗ କମିଟିର ସଭାପତି ସରପଞ୍ଚ ରହିଥିବା ବେଳେ ,ବିଦ୍ୟାଳୟର ଉନ୍ନତି ପ୍ରତି ଅଣଦେଖା କରୁଥିବା ଅଭିଯୋଗ ହୋଇଛି ,ପଞ୍ଚାୟତ ସଦର ମହକୁମା ଗୁରୁଣ୍ଠି ଠାରେ ସେ ନ ରହି ଅନ୍ୟତ୍ର ରହୁଥିବା ଯୋଗୁଁ ମଧ୍ୟ ସାଧାରଣରେ ପ୍ରତିକ୍ରିୟା ପାଇଛି ସଦର ମହକୁମା ଶିକ୍ଷା ଉଚ୍ଚ କର୍ତ୍ୟୁପକ୍ଷ ଏଥି ପ୍ରତି ଦୃଷ୍ଟି ନଦେଲେ ଏକ ବଡ଼ ଧରଣର ଆନ୍ଦଳନ ହେବ ଆଶଙ୍କା ପ୍ରକାଶ ପାଇଛି ଇତି ମଧ୍ୟରେ ଶ୍ରୀ ରଙ୍ଗରାଜପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି କରିବାକୁ ସାଧାରଣରେ ଏକ ଅଭିଯୋଗ ପତ୍ର ଶିକ୍ଷ୍ୟନୁଷ୍ଠାନକୁ ପଠା ଯାଇଥିବା ସୂଚନା ମିଳିଛି ।

Advertisement