Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ବନ୍ଧୁତ୍ୱ ଦିବସରେ ନୂଆ ବାର୍ତ୍ତା ,ଆସ ଗଛକୁ କରିବା ମିତ୍ର

ବନ୍ଧୁତ୍ୱ ଦିବସରେ ନୂଆ ବାର୍ତ୍ତା ,ଆସ ଗଛକୁ କରିବା ମିତ୍ର

364
ADVERTISEMENT

ବ୍ରହ୍ମପୁର,୪/୮(ରାଜେଶ ରଣା) : ବିଶ୍ୱ ବନ୍ଧୁତ୍ୱ ଦିବସରେ ବ୍ରହ୍ମପୁର ବାସୀ କିଛି ନୂଆ ବାର୍ତ୍ତା ନିଆରା ଢଙ୍ଗରେ ପାଳନ କରିଛନ୍ତି । ବନ୍ଧୁତ୍ୱ ଦିବସରେ ନିଜ ସାଙ୍ଗସାଥିଙ୍କ ସହ ଶୁଭେଚ୍ଛା ଜଣାଇବା ସହ ଗଛକୁ ନୂତନ ମିତ୍ର ଭାବେ ଗ୍ରହଣ କରି ଗଛକୁ ଭଲ ପାଇବା ସହ ଗଛକୁ ମିତ୍ର ଭାବେ ଶପଥ ଗ୍ରହଣ କରିଥିଲେ । ବ୍ରହ୍ମପୁର ସବୁଜ ବାହିନୀ ଓ ବ୍ରହ୍ମପୁର ସହରର କିଛି ସ୍କୁଲର ଛାତ୍ର ଛାତ୍ରୀ ମାନେ ସାମିଲ ହୋଇ ବୃକ୍ଷରୋପଣ କରିବା ନିମନ୍ତେ ଏକ ଶୋଭାଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ,ବିଧାୟକ ବିକ୍ରମ ପଣ୍ଡା ,ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ,ମହାନଗର ନିଗମ କମିସନର ଚକ୍ରବର୍ତ୍ତୀ ରାଥରୋ, ଗୋଷ୍ଠି ଶିକ୍ଷା ଅଧିକାରୀ ସନାତନ ପଣ୍ଡା ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ,ପୂର୍ବତନ ବିଡିଏ ଅଧକ୍ଷ ସୁବାସ ମହାରଣା ଯୋଗ ଦେଇ ପୁରୁଣା ବୃକ୍ଷକୁ ଡୋରି ବାନ୍ଧିଥିଲେ । ବ୍ରହ୍ମପୁର ବାସୀଙ୍କୁ ବୃକ୍ଷ ରୋପଣ କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମ୍ୟୁନିସପାଲିଟି ଅଫିସ୍ ଠାରେ ବୃକ୍ଷ ରୋପଣ କରାଯାଇଥିଲା ।

Advertisement