ହିଂଜିଳିକାଟୁ, ୪ା୮ (ଶେଷଦେବ ସାହୁ): ହିଂଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମର ଜୈନିକା ବିବାହିତା ମହିଳା ରବିବାର ଘର ମଧ୍ୟରେ ରଶି ସାହର୍ଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ମହିଳା ଜଣକ ସଂପୃକ୍ତ ଗ୍ରାମର ଅନିଳ ନାୟକଙ୍କ ସ୍ତ୍ରୀ ଗୀତାଞ୍ଜଳି ନାୟକ (୨୪) । ରବିବାର ସକାଳେ କୌଣସି କାରଣରୁ ଗୀତାଞ୍ଜଳିଙ୍କ ସହ ପରିବାର ସଦସ୍ୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମହିଳା ଜଣକ ରଶି ସାହର୍ଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିଲେ । ପରିବାର ସଦସ୍ୟ ଜାଣିପାରି ମହିଳାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।