Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଦିଗପହଣ୍ତି ବିଧାନସଭା କ୍ଷେତ୍ର: ସୂର୍ଯ୍ୟଙ୍କ ତେଜ ବଢ଼ିବ ନା କମିବ?

ଦିଗପହଣ୍ତି ବିଧାନସଭା କ୍ଷେତ୍ର: ସୂର୍ଯ୍ୟଙ୍କ ତେଜ ବଢ଼ିବ ନା କମିବ?

434
ADVERTISEMENT

ବ୍ରହ୍ମପୁର,(ଦୁନିଆ ହାଲ୍ ଚାଲ୍): ସୀମା ନିର୍ଧାରଣ ପରେ ୨୦୦୯ରୁ ପୁନର୍ଗଠିତ ଦିଗପହଣ୍ତି ବିଧାନସଭା କ୍ଷେତ୍ର ବିଜେଡି ଦଖଲରେ ରହି ଆସିଛି। ଏଠାରୁ ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିନିଧିତ୍ବ କରୁଛନ୍ତି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦିଗପହଣ୍ତି ନିର୍ବାଚନ ମଣ୍ତଳୀରେ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଲାଣି। ସୂର୍ଯ୍ୟ ଏହି ନିର୍ବାଚନମଣ୍ଡଳୀରୁ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ଅଛନ୍ତି। ତେବେ କିଏତାଙ୍କୁ ଟକ୍କର ଦେବ ସେ ଚିତ୍ର ଏବେ ବି ସ୍ପଷ୍ଟ ହୋଇନାହିଁ।

Advertisement