Sunday, October 25, 2026
ADVERTISEMENT
Home ଆଞ୍ଚଳିକ ଆତ୍ମହତ୍ୟା…୨ ଛାତ୍ରୀ ମୃତ

ଆତ୍ମହତ୍ୟା…୨ ଛାତ୍ରୀ ମୃତ

449
ADVERTISEMENT

ଶେରଗଡ଼/ପାତ୍ରପୁର,(ଦୁନିଆ ହାଲ୍ ଚାଲ୍): ଖୁସି ମନରେ ବିଦ୍ୟାଳୟକୁ ଯିବାକୁ ଘରୁ ପାଦ କାଢିଥିଲେ। ‌ହେଲେ ଅପରାହ୍ନରେ ଘରକୁ ଫେରି ପଙ୍ଖାରେ ଝୁଲି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ସ୍କୁଲ ଛାତ୍ରୀ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା କାଞ୍ଜିଆମ୍ମା ଗ୍ରାମରେ ଏଭଳି ଏକ ଘଟଣା ଆଜି ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଦ୍ୟାଳୟରୁ ଫେରିବା ପରେ ଅପରାହ୍ନ ୪ଟାରେ ଲିଜା ଜେନା (୧୨) ନାମକ ଜଣେ ସପ୍ତମ ଶ୍ରେଣୀ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ହିଞ୍ଜିଳି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସେହିପରି ଆଉ ଏକ ଘଟଣାକ୍ରମେ ଜରଡ଼ା ଥାନା କୋଳିହଳା ଗାଁରେ ବିଷ ପିଇ ପୂଜା ପ୍ରଧାନ (୧୭) ନାମକ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏନେଇ ବ୍ରହ୍ମପର ବୈଦ୍ୟନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Advertisement