
କନ୍ଧମାଳ ,୦୩/୦୮ ଏଜେନସି : କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ପାରିଗଡ଼ ପଞ୍ଚାୟତ ଅନ୍ତର୍ଗତ ବାଲିଗାଡା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ ଏହି ସ୍କୁଲରେ ଛାତ୍ରଛାତ୍ରୀଙ୍କ ହାଜିରା ପଢୁଛି ୩୫ଜଣଙ୍କ କିନ୍ତୁ ଆସୁଛନ୍ତି ୫ ଜଣ ଓ ମଧ୍ୟାହ୍ନ ଭୋଜନରେ ମଧ୍ୟ ହଡପ କରିଥିବା ଦେଖିବାକୁ ମିଳିଥିଲା । ପିଲା ଖାଉଛନ୍ତି ଘରେ କିନ୍ତୁ ରେଜିଷ୍ଟ୍ରରରେ ୩୫ଜଣ ସ୍କୁଲରେ ଖାଉଛନ୍ତି ବୋଲି ଲେଖାଯାଉଛି । ରୋଷେଇ ଘରେ ସବୁଦିନ ତାଲା ପଡି ରହୁଛି । ଶିକ୍ଷକ ଓ ଅନ୍ୟ ଶିକ୍ଷକ ମଧ୍ୟରେ ମଧୁଚନ୍ଦ୍ରିକା ରହି ପନ୍ଦର ଦିନ ଭାଗବଣ୍ଟାରେ ଚାଲିଛି ସ୍କୁଲକାର୍ଯ୍ୟ । ଶୁଣିବାକୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କାର ଚାଉଳ ଡାଲି ଆଳୁ ହିସାବ ଦିଆଯାଇ ପ୍ରଧାନ ଶିକ୍ଷକ ଓ ଅନ୍ୟଶିକ୍ଷକ ମିଶି ଟଙ୍କା ଭାଗ କରୁଛନ୍ତି । ଏହାର ରହସ୍ୟ କଣ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଶିକ୍ଷକ ମାନଙ୍କୁ ପଚାରିବାରୁ ସେମାନେ କହିଛନ୍ତି ସ୍କୁଲରେ ଚାଉଳ ସରିଯାଇଛି, ଏଣୁ ରୋଷେଇ କରାହେଉନାହିଁ। ହେଲେ ଖାତାରେ ଲେଖାହେଉଛି ପ୍ରତିଦିନ ମଧ୍ୟାହ୍ନ ଭୋଜନ ଦିଆହେଉଛି, ଏନେଇ କୋଟଗଡ଼ ବ୍ଲକ ଶିକ୍ଷା ଅଫିସରଙ୍କୁ ପଚାରିବାରୁ କିଛି ଏଭଳି ହେଉନଥିବାର ସେ କହିଛନ୍ତି । ଗ୍ରାମବାସୀ କହିଛନ୍ତି ଏହାର ପଦକ୍ଷେପ ନିଆନଗଲେ ରାଜରାସ୍ତାକୁ ଓହ୍ଲାଇବେ ।