ବିଦ୍ୟାଳୟ ସ୍ତରୀୟ ୨୦୧୯-୨୦ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

251
ADVERTISEMENT

ଢେଙ୍କାନାଳ ,୦୩/୦୮ ଏଜେନସି : ଢେଙ୍କାନାଳ ସଦର ଗେଙ୍ଗୁଟିଆ ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାଳୟରେ ଶୁକ୍ରବାର(୦୨/୦୮)ଦିନ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଶ୍ରୀ ପ୍ରକାଶ ଚନ୍ଦ୍ର ନନ୍ଦ ,ପାରିମଳ ମହାବିଦ୍ୟାଳୟର ଅଧକ୍ଷ ଓ ତାଙ୍କ ସହ ଧର୍ମିଣୀ ରଶ୍ମିପ୍ରିୟ ମିଶ୍ର,ପୂର୍ତନ ଓଡ଼ିଆ ଅଧ୍ୟାପିକା ଦୀପ ପ୍ରଜ୍ବଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ଦ୍ବୟ ଅରୁଣକୁମାର ଓଝା ଓ ପ୍ରସନ୍ନ କୁମାର ପାତ୍ର (ମାତୃଭବନ,ବରଦା )ଓ ଭାବିରାମ ମୋଡେଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଦ୍ବୟ ସହଯୋଗ କରିଥିଲେ । ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁ ଅନ୍ତରିକତା ସହ ବିଚାରକ ରୂପେ କୁନି କୁନି ଶିଳ୍ପ ବୈଜ୍ଞାନିକ ମାନଙ୍କର ପ୍ରକଳ୍ପ ଗୁଡିକୁ ନିରୀକ୍ଷଣ କରିଥିଲେ । ବାଲ ବର୍ଗରେ ବିଜ୍ଞାନ ଓ ଗଣିତ ଆଧାରିତ ନମୁନା ୨୨ଟି ଓ ଶିଶୁ ବର୍ଗରେ ବିଜ୍ଞାନ ଓ ଗଣିତ ଆଧାରିତ ନମୁନା ୩0ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଉକ୍ତ ଉତ୍ସବରେ ପୁରାତନ ଓ ନୁତନ ପରିଚାଳନା ସମିତିର ସଭାପତି,ସମ୍ପାଡାକ,କୋଷାଧକ୍ଷ,ରମେଶ କୁମାର ରାଉତ ,ପ୍ରଦୀପ କୁମାର ମଲିକ,ସନ୍ତୋଷ କୁମାର ପୃଷ୍ଟି ,ପ୍ରଦ୍ୟୁମ୍ନ କୁମାର ମଲିକ,ପ୍ରସନ୍ନ କୁମାର ସାହାଣୀ , ଚିତ୍ତରଞ୍ଜନ ମହାନ୍ତି ,ପଦ୍ମନାଭ ରାଉତ ,ରବିନାରାୟଣ ସାହୁ ସମସ୍ତ କର୍ମକର୍ତା ଉପସ୍ଥିତ ରହି କାର୍ଯ୍ୟକର୍ମକୁ ସାଫଲ୍ୟ ମଣ୍ଡିତ କରିବା, ସହ ଆଗାମୀ ଦିନରେ ବିଜ୍ଞାନ କ୍ଷେତ୍ରରେ ଉଚ୍ଚକୋଟୀର ପ୍ରକଳ୍ପ ପ୍ରଦର୍ଶନ କରି ସଂକୁଳ ଓ ସଂଭାଗ ସ୍ତରରେ ସ୍ଥାନ ପାଇବା ପାଇଁ ମାର୍ଗଦର୍ଶନ କରିଥିଲେ । ଶିକ୍ଷା ଓ ବିକାଶ ସମିତିର ଯୋଜନା ଅନୁଯାଇ ପାରମ୍ପରିକ ରୀତିରେ ଉତ୍ସବଟିକୁ ପ୍ରଧନଚାର୍ଯ୍ୟ ଶ୍ରୀ ପ୍ରମୋଦ କୁମାର ମିଶ୍ର ଅତିଥି ପରିଚୟ ସହ ଧନ୍ୟବାଦ ଦେଇ ପର୍ବ ସମାପନ କରିଥିଲେ ।

Advertisement