ଖୋଲୁଛି ସାନଖେମୁଣ୍ଡି ଆଇ.ସି.ଡି.ଏସ ର ଗୁମର ; ଅଙ୍ଗନୱାଡ଼ି କର୍ମୀ ଏଠି ‘ବି’ କ୍ଲାସ୍ ଠିକାଦାର ।

147
ADVERTISEMENT

ବ୍ରହ୍ମପୁର ,୦୩/୦୮ ଏଜେନସି : ସାନଖେମୁଣ୍ଡି ଆଇ ସି ଡି ଏସ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ବେଳେ ସମ୍ପ୍ରତି ଏଠାକାର ଜନୈକା ଅଙ୍ଗନୱାଡ଼ି କର୍ମୀ ସରକାରୀ ଠିକାଦାର ଭାବେ କୋଟି କୋଟି ଟଙ୍କାର ଟେଣ୍ଡର କାମ କରୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ କ୍ଷୁଦ୍ର ଜଳସେଚନ ବିଭାଜନ o୧ ଅନ୍ତର୍ଗତ ଦିଗପହଣ୍ଡି ଅନୁ ବିଭାଜନ ର ପାଟପୁର ସହକାରୀ ଯନ୍ତ୍ରୀ ଅଧୀନରେ ଥିବା ତିନିଗୋଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଟେଣ୍ଡର ମାଧ୍ୟମରେ ଏକ କୋଟି ସତର ଲକ୍ଷ ଟଙ୍କାର ଆର୍ଥିକ କାରବାର କରିଥିବା ସୂଚନା ମିଳିଅଛି । ଅନ୍ୟ ସୂଚନା ଅନୁସାରେ ସଂପୃକ୍ତ କର୍ମୀ ପିଙ୍କି ସୁଆଁଷିଆ ମାଟ୍ରିକ ସାର୍ଟିଫିକେଟ ରେ ଅଙ୍ଗନୱାଡ଼ି କର୍ମୀ ଭାବେ ନିୟୋଜିତ ହୋଇଥିଲେ । କୋଉ ସରକାରୀ ଅନୁମତିରେ ସେ ଏସ ଏମ ଆଇ ଟି ଅନୁଷ୍ଠାନରୁ ସିଭିଲ ଡିପ୍ଲୋମା କଲେ ତାହା ମଧ୍ୟ ଆଇ ସି ଡି ଏସ କୁ ସନ୍ଦେହ ଘେରରେ ରଖୁଅଛି । ଦ୍ବିତୀୟତଃ ଜଣେ ନିୟୋଜିତ କର୍ମୀ ଠିକାଦାର ଭାବେ ଲାଇସେନ୍ସ ପାଇ ୨୦୧୭/ ୧୮ ଆର୍ଥିକ ବର୍ଷରେ ରଘୁନାଥ ସାଗର ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ୧୧୦,ପି -୧ରେ ୪୮,୩୭,୪00/-ଟଙ୍କା । ପଲସପୁର ଏମ୍ ଆଇ ପି ରେ ଟେଣ୍ଡର ୧୦୯, ପି -୧ ରେ ଟ ୪୬,୧୩,୫00/- ଏବଂ କଲରା ପଦର ଏମ୍ ଆଇ ପି ର ନିର୍ମାଣ ପାଇଁ ଟ ୨୨,୩0,୭00/-.ର କାମ କରିଥିବା ସୂଚନା ମିଳିଛି ।

Advertisement