ନାବାଳିକାଙ୍କ ଆତ୍ମହତ୍ୟା

221
ADVERTISEMENT

ହିଂଜିଳିକାଟୁ, ୨ା୮ (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ନୂଆଁଗଡ଼ ଗ୍ରାମ ଆଡ଼ୁଆ ସାହିର ଜୈନିକା ନାବାଳିକା ଶୁକ୍ରବାର ଦିନ ଉପର ଘରର ଛାତ ହୁକରେ ପିନ୍ଧା ଲୁଗା ସାହର୍ଯ୍ୟରେ ଆତ୍ମହତ୍ୟା କରିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ଗୋପାଳ ସ୍ୱାଇଁଙ୍କ ନାବାଳିକା କନ୍ୟା ବର୍ଷା ସ୍ୱାଇଁ (୧୬) । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ । ପରିବାର ସଦସ୍ୟ କାମ କରିବା ପାଇଁ ଚାଷଜମିକୁ ଯାଇ ରାତି ପ୍ରାୟ ୮ ଟାରେ ଘରକୁ ଫେରିଥିଲେ । ଘର ମଧ୍ୟରେ ଝିଅକୁ ନପାଇ ଡ଼ାକ ପକାଇଥିଲେ ମଧ୍ୟ କୌଣସି ଉତର ମିଳିନଥିଲା । ଉପର ଘରକୁ ଯାଇ ଦେଖିବା ବେଳକୁ ଝିଅର ଝୁଲନ୍ତା ଶବକୁ ଦେଖିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାଙ୍କ ଝୁଲନ୍ତା ମୃତଦେହକୁ ଜବତ କରି ହିଂଜିଳିକାଟୁ ଡ଼ାକ୍ତରଖାନାରେ ରଖିଛନ୍ତି । ଏ ନେଇ ନଂ- ୧୭/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ଶନିବାର ସକାଳେ ଶବ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Advertisement