Saturday, October 24, 2026
ADVERTISEMENT
Home ଆଞ୍ଚଳିକ ଆତ୍ମନିର୍ଭରଶୀଳତା ପାଇଁ ୧୦୧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୃପକୁ ଋଣପ୍ରଦାନ

ଆତ୍ମନିର୍ଭରଶୀଳତା ପାଇଁ ୧୦୧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୃପକୁ ଋଣପ୍ରଦାନ

297
ADVERTISEMENT

ପାରଳାଖେମୁଣ୍ଡି, ୦୨/୦୮ଏଜେନସି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଭାଗୃହ ଠାରେ ଆଜି ୧୦୧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଋଣ ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟ ଅତିଥିରୂପେ ଗଜପତି ଜିଲ୍ଲାପାଳ ଅନୁପମ ସାହା,ପି.ଡି. ଡିଆରଡିଏ ଚଞ୍ଚଳ ରାଣା,ଏସ୍. ବି.ଆଇର ଜି.ଏମ.ଏନ.ଡବ୍ଲୁ-୨ ବିଜୟ କେକୁର, ବ୍ରହ୍ମପୁର ଡି.ଏଜ.ଏମ ସୁନୀଲ ବାଟୁର କଇନୁର, ବିଡିଓ ନଟବର ଗରଡ,ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଉପାଧ୍ୟକ୍ଷ ଗୀତାଞ୍ଜଳୀ ଭୂୟାଁ, ଜିଲ୍ଲା ପରିଷଦ ସଭ୍ୟା ପ୍ରେମିକା ରଇତ, ଉପସ୍ଥିତ ରହି ଗୃପ ଗୁଡିକୁ ଋଣ ସୁବିନିଯୋଗ କରି ନିଜେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଋଣ ପରିଶୋଧ କରି ବ୍ୟାଙ୍କ ସହିତ ଉତ୍ତମ ସମ୍ପର୍କ ରଖିବା ପାଇଁ ପରାମର୍ଶ ଦେଇ ଥିଲେ ଏବଂ ଠିକ୍ ସମୟରେ ଋଣ ପରିଷଦ କଲେ ଛାଡ ଦିଆଯାଇ ପାରିବ ଓ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ଗୃପ ମାନଙ୍କୁ ଅଧିକ ନିର୍ଭରଶୀଳ ହେବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । କମ୍ ସୁଧରେ ଏଠାରେ ଋଣ ଦିଆଯାଉଥିବା ପ୍ରକାଶ କରିଥିଲେ ଏବଂ ବ୍ଲକ୍ ଗୁଡିକରେ ଓଡ଼ିଶା ଜୀବିକା ମିଶନ ଜରିଆ ମଧ୍ୟରେ ତଦାରଖ କରାଯାଇ ଋଣ ପ୍ରଦାନ କରାଯାଉଅଛି । ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ଜୋନର ଆର.ଏମ ମନୋରଂଜନ ପ୍ରଧାନ, ଗୁମ୍ମା ଶାଖା ମ୍ୟାନେଜର ରଶ୍ମିକାନ୍ତି ଜେନ୍ନା, ସେରଙ୍ଗ ଶାଖା ମ୍ୟାନେଜର ଏ.ପ୍ରଶାନ୍ତ କୁମାର ପାତ୍ର ଉପସ୍ଥିତ ରହି ସମସ୍ତ ପରିଚାଳନା କରିଥିବା ବେଳେ ବ୍ୟାଙ୍କ କର୍ମଚାରୀ ମାନେ ସହ ଯୋଗ କରିଥିଲେ ।

Advertisement