Friday, September 25, 2026
ADVERTISEMENT
Home ଆଞ୍ଚଳିକ ବେଆଇନ ପଥର ଫୁଟାକୁ ନେଇ ପୋଲିସ ଚଢ଼ାଉ, ବିସ୍ପୋରକ ସହ ଜଣେ ଗିରଫ ।

ବେଆଇନ ପଥର ଫୁଟାକୁ ନେଇ ପୋଲିସ ଚଢ଼ାଉ, ବିସ୍ପୋରକ ସହ ଜଣେ ଗିରଫ ।

333
ADVERTISEMENT

ସାନଖେମୁଣ୍ଡି,୦୨/୦୮ ଏଜେନସି : ପାଟପୁର ଥାନା ଅନ୍ତର୍ଗତ ପଟିଗୁଡା ପଞ୍ଚାୟତ ବାବୁଲିବନ୍ଧ ଗ୍ରାମ ମହୁଲ ପାହାଡ଼ରେ ବେଆଇନ ଭାବେ ବିସ୍ପୋରକ ଦ୍ବାରା ପଥର ଫୁଟା ଯାଉଥିବା ଅଭିଯୋଗ କ୍ରମରେ ପାଟପୁର ଥାନା ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଛି । ଅଣ ନିଲାମି ଜଙ୍ଗଲ ଜମି କିସମ ପାହାଡ଼ରୁ ଅବୈଧ ଭାବେ ନିଷିଦ୍ଧ ବିସ୍ପୋରକ ଦ୍ବାରା ପଥର ଫୁଟାଇ ଥିବା ଅଭିଯୋଗରେ ଭିଷ୍ମଗିରିର ରଜନୀ କାନ୍ତ ପଣ୍ଡାଙ୍କୁ ଗିରଫ କରିଥିବା ସହ ଘଟଣା ସ୍ଥଳରୁ ୪୧ଟି ଡେ଼ଟୋ ନେଟୋର୍ ,୧୫ କେ ଜି ଅମୋନିୟମ୍ ସାର ,କୋଡି, କୋଦାଳ,ଡିଜେଲ୍ ସହ ଆନୁସାଙ୍ଗିକ ଜିନିଷ ଜବତ କରାଯାଇଛି । ଏ ସମନ୍ଧରେ ପାଟପୁର ଥାନା କେଶ୍ ନ-୧୫୩/୨୦୧୯ ମାମଲା ଦାଏର କରାଯାଇ,ଦଫା ୟୁ/ଏସ -୨୮୬
ଆଇ.ପି.ସି, R/W-୫/୬, ଏସ -୬ ,ଇଏସ Act ରେ ତଦନ୍ତ ଜାରି ରହିଅଛି।

Advertisement