ଚିକିଟି ରେ ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ

247
ADVERTISEMENT

ବ୍ରହ୍ମପୁର,୦୨/୦୮ ଏଜେନସି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ଚିକିଟି ପେଣ୍ଠ ସ୍ଥିତ ହାପି ୱାର୍ଲ୍ଡ କମ୍ପୁଟର ସେଣ୍ଟର ଜନହିତକର କାର୍ଯ୍ୟ ଓ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଇତି ମଧ୍ୟରେ ଆଜି ମଧ୍ୟାହ୍ନରେ ଚିକିଟି ଷ୍ଟେଟ ବ୍ୟାଙ୍କ ଓ ହାପି ୱାର୍ଲ୍ଡ କମ୍ପୁଟର ସେଣ୍ଟର ସଂସ୍ଥାର ମିଳିତ ଆନୁକୁଲ୍ୟରେ ଡିଜିଟାଲ ସ୍ଵାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏଠାରେ ବ୍ରହ୍ମପୁର ଏସବିଆଇ ଶାଖା ତରଫରୁ ସୁଶାନ୍ତ ଶେଖର ସେଠୀ ଓ ବଲରାମ ବେହେରା ଯୋଗ ଦେଇ ଅନଲାଇନ ବାୟୋମେଟ୍ରିକ ଯନ୍ତ୍ର ଓ ୟୁନୋ ଅପ୍ଲିକେସନରେ କିପରି ବ୍ୟାଙ୍କ ସେବା ପାଇପାରିବା ଓ ଏଥିର ସଦୁପଯୋଗ କରାଇ ଅନଲାଇନ ତଥା ସାଇବର ଠକେଇକୁ କିପରି ବନ୍ଦ କରିପାରିବା ସେଥିପ୍ରତି ସଚେତନ କରାଇବା ସହ ବ୍ୟାଙ୍କ ସେବାକୁ ତ୍ବରାନିତ ଓ ସହଜ କରିପାରିବା ସେଥିପ୍ରତି ମଧ୍ୟ ବୁଝାଇବା ସହ ଡିଜିଟାଲ ସ୍ଵାକ୍ଷରତାର ମୂଳଲକ୍ଷ ଓ ଏଥିରେ ଉପାଦେୟତା ବୁଝାଇଥିଲେ | ପରେ ପରେ ଚିକିଟି ଷ୍ଟେଟ ବ୍ୟାଙ୍କ ପରିଚାଳକ ଦୀପକ ପାତ୍ରଙ୍କ ଉପସ୍ଥିତିରେ ପ୍ରତି ଛାତ୍ରଙ୍କୁ ଗୋଟିଏ ଲେଖାଏ ବାୟୋମେଟ୍ରିକ ଯନ୍ତ୍ର ପ୍ରଦାନ କରିଥିଲେ | ଉକ୍ତ ସଂସ୍ଥାର ପରିଚାଳକ ଶ୍ୟାମ ସୁନ୍ଦର ସାହୁ ଅଧକ୍ଷ୍ୟ ନୀଳ ମାଧବ ସାହୁଙ୍କ ସହ ଅନେକ ଛାତ୍ର ଯୋଗ ଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ଲିକୁ ବାଡତ୍ୟା,ସିଏଚ ଆକାଶ ପାତ୍ର,ସୁଭମ ପଣ୍ଡା,ସୁଶାନ୍ତ ସାହୁ,ଲୋକନାଥ ସାହୁ ଓ ଶିବ ବେହେରା ପ୍ରମୁଖ ସହଯୋଗ କରିଥିଲେ |

Advertisement