ବ୍ରହ୍ମପୁର,୦୨/୦୮ଏଜେନସି : ଆଡ଼ପଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟଦ୍ୱାର ବାମ ପାର୍ଶ୍ବରେ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟ୍ରାନ୍ସଫର୍ମର ସଂପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ କରୁଛନ୍ତି l ଉକ୍ତ ଟ୍ରାନ୍ସଫର୍ମର ଦ୍ୱାରା ସ୍ଥାନୀୟ ପରିସରରେ କୌଣସି ଆବଶ୍ୟକତା ନଥିବା ବେଳେ ଏହାର ବିଦ୍ୟୁତ ଯୋଗାଣ ଦ୍ୱାରା ଗ୍ରାମର ଘରୋଇ ଉପଭକ୍ତାଙ୍କୁ ସୁଫଳ ମିଳୁଅଛି l ପରନ୍ତୁ ମେଡ଼ିକାଲ ପାଇଁ ବିଭାଗ ତରଫରୁ ସଠିକ ଜାଗାରେ ଦୁଇ ଦୁଇଟି ଟ୍ରାନ୍ସଫର୍ମର ବ୍ୟବସ୍ଥା ହୋଇଅଛି l ସୂଚନା ଅନୁସାରେ ଦୀର୍ଘ ୧୫ ବର୍ଷଧରି ମେଡିକାଲ ପରିସରରୁ ଏହାକୁ ସ୍ଥାନାନ୍ତର କରାଯିବାକୁ ସ୍ଥାନୀୟ ଜନସାଧାରଣ ବୁଦ୍ଧିଜୀବୀଙ୍କ ସହ ସ୍ବାସ୍ଥ୍ୟଅଧିକାରୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ବିଦ୍ୟୁତ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହେଉଅଛି l ଏହି ସମ୍ବନ୍ଧରେ ସ୍ଥାନୀୟ ଏସଡିଓ ,ହୀଂଜିଳି ନିର୍ବାହଯନ୍ତ୍ରୀଙ୍କୁ ସ୍ବାସ୍ଥ୍ୟ ବିଭାଗରୁ ପତ୍ର ହେଇଥିବା ମେଡ଼ିକାଲ ଅଫିସର ଇନଚାର୍ଜ ଡା. ତପନ କୁମାର ମତ ପ୍ରକାଶ କରିଛନ୍ତି l ଅନ୍ୟ ପକ୍ଷରେ ଗ୍ରାମବାସୀଙ୍କ ଦ୍ୱାରା ସ୍ବତନ୍ତ୍ରସ୍ଥାନ ନିରୂପଣ କରି ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ପ୍ଲାଟଫର୍ମ ତିଆରି କରାଯାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଅଣଦେଖା କାରଣରୁ ଏହା ସ୍ଥାନାନ୍ତର ହେଉନଥିବା ଆଡ଼ପଡା ସରପଞ୍ଚ ଶ୍ରୀ ନୀଳ ମାଧବ ରାଉତ ପ୍ରକାଶ କରିବା ସହ ସ୍ଥାନୀୟ ଏସଡିଓ ଓ ନିର୍ବାହୀଯନ୍ତ୍ରୀଙ୍କୁ ଦାୟୀ କରିଛନ୍ତି l