ଦୁଷ୍କର୍ମ ମାମଲାରେ ବିଧାୟକ ରମେଶ ହାଜର, ପୀଡ଼ିତାଙ୍କ ସମେତ ୩ ଜଣଙ୍କ ବୟାନ୍‌ ରେକର୍ଡ଼

516
ADVERTISEMENT


ବ୍ରହ୍ମପୁର,୦୨/୦୮ ଏଜେନସି : ଏକ ଦୁଷ୍କର୍ମ ମାମଲାରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆଜି ଏଡିଜେ-୩ଙ୍କ କୋର୍ଟରେ ହାଜର ହୋଇଛନ୍ତି। ଅନ୍ୟତମ ଅଭିଯୁକ୍ତ ବିଦୁ ବିଷୋୟୀ ମଧ୍ୟ ଏହି କୋର୍ଟରେ ହାଜର ହୋଇଛନ୍ତି। ଦୁଷ୍କର୍ମ ମାମଲାର ପୀଡ଼ିତା, ତାଙ୍କର ମା’ ଏବଂ ଜଣେ ଗୃହରକ୍ଷୀ କୋର୍ଟରେ ‌ହାଜର ହୋଇ ବୟାନ୍‌ ଦେଇଥିବା ଜଣାପଡ଼ିଛି। ଆସନ୍ତା ମାସରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି।ପ୍ରକାଶ ଥାଉକି, ଗତ ୨୦୧୬ରେ ବିଧାୟକ ରମେଶଙ୍କ ନାଁରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଅଭିଯୋଗ ଆଧାରରେ ଟାଉନ୍ ଥାନା ପୁଲିସ ୨୦୧୬ ଏପ୍ରିଲ ୮ତାରିଖରେ ରମେଶଙ୍କ ବିରୋଧରେ କେସ୍ ନମ୍ବର ୪୯/୧୬ରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପୂର୍ବରୁ ଜଣେ ମହିଳା ସାକ୍ଷୀଙ୍କ ବୟାନ୍‌ ରେକର୍ଡ ହୋଇ ସାରିଛି। ସରକାରଙ୍କ ତରଫରୁ ପିପି ଚକ୍ରପାଣି ପାତ୍ର ଓ ରମେଶଙ୍କ ତରଫରୁ ଆଇନଜୀବୀ କିଶୋର ଚନ୍ଦ୍ର ବିଷୋୟୀ, ସୁଧାଂଶୁ ପଣ୍ଡା, ନିର୍ମଳ ସାହୁ ମକଦ୍ଦମା ପରିଚାଳନା କରିଥିଲେ। ଏହା ସହିତ ଅନ୍ୟ ଦୁଇଟି ମାମଲାରେ ମଧ୍ୟ ବିଧାୟକ ରମେଶ କୋର୍ଟରେ ହାଜର ହୋଇଥିଲେ। ହେଲେ ସେ ଦୁଇ ମାମଲାର କୌଣସି ସାକ୍ଷୀ ଆସି ନଥିବାରୁ ମାମଲାର ବିଚାରଣା ହୋଇପାରି ନଥିଲା। ସୁରକ୍ଷା ପାଇଁ କୋର୍ଟ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।



ବ୍ରହ୍ମପୁର,୦୨/୦୮ ଏଜେନସି: ଏକ ଦୁଷ୍କର୍ମ ମାମଲାରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆଜି ଏଡିଜେ-୩ଙ୍କ କୋର୍ଟରେ ହାଜର ହୋଇଛନ୍ତି । ଅନ୍ୟତମ ଅଭିଯୁକ୍ତ ବିଦୁ ବିଷୋୟୀ ମଧ୍ୟ ଏହି କୋର୍ଟରେ ହାଜର ହୋଇଛନ୍ତି । ଦୁଷ୍କର୍ମ ମାମଲାର ପୀଡ଼ିତା, ତାଙ୍କର ମା’ ଏବଂ ଜଣେ ଗୃହରକ୍ଷୀ କୋର୍ଟରେ ‌ହାଜର ହୋଇ ବୟାନ୍‌ ଦେଇଥିବା ଜଣାପଡ଼ିଛି । ଆସନ୍ତା ମାସରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି । ପ୍ରକାଶ ଥାଉକି, ଗତ ୨୦୧୬ରେ ବିଧାୟକ ରମେଶଙ୍କ ନାଁରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଅଭିଯୋଗ ଆଧାରରେ ଟାଉନ୍ ଥାନା ପୁଲିସ ୨୦୧୬ ଏପ୍ରିଲ ୮ତାରିଖରେ ରମେଶଙ୍କ ବିରୋଧରେ କେସ୍ ନମ୍ବର ୪୯/୧୬ରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପୂର୍ବରୁ ଜଣେ ମହିଳା ସାକ୍ଷୀଙ୍କ ବୟାନ୍‌ ରେକର୍ଡ ହୋଇ ସାରିଛି । ସରକାରଙ୍କ ତରଫରୁ ପିପି ଚକ୍ରପାଣି ପାତ୍ର ଓ ରମେଶଙ୍କ ତରଫରୁ ଆଇନଜୀବୀ କିଶୋର ଚନ୍ଦ୍ର ବିଷୋୟୀ, ସୁଧାଂଶୁ ପଣ୍ଡା, ନିର୍ମଳ ସାହୁ ମକଦ୍ଦମା ପରିଚାଳନା କରିଥିଲେ। ଏହା ସହିତ ଅନ୍ୟ ଦୁଇଟି ମାମଲାରେ ମଧ୍ୟ ବିଧାୟକ ରମେଶ କୋର୍ଟରେ ହାଜର ହୋଇଥିଲେ। ହେଲେ ସେ ଦୁଇ ମାମଲାର କୌଣସି ସାକ୍ଷୀ ଆସି ନଥିବାରୁ ମାମଲାର ବିଚାରଣା ହୋଇପାରି ନଥିଲା । ସୁରକ୍ଷା ପାଇଁ କୋର୍ଟ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।



Advertisement