Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଜଳ ଲାଗି କରିବା ପାଇଁ କୋଦଳାରେ ୧୨୦ ବୋଲବମ ଭକ୍ତ ପୁରୀ ଅଭିମୁଖେ

ଜଳ ଲାଗି କରିବା ପାଇଁ କୋଦଳାରେ ୧୨୦ ବୋଲବମ ଭକ୍ତ ପୁରୀ ଅଭିମୁଖେ

379
ADVERTISEMENT

କୋଦଳା,୦୨/୦୮ ଏଜେନସି : କଥାରେ ଅଛି ଶ୍ରାବଣ ମାସ ଶିବଙ୍କ ଅତି ପ୍ରିୟର ମାସ । ଏହି ମାସରେ ଜଳ ଅଭିଷେକ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ।ଏବଂ ମାନସିକ ଧାରୀ ମାନଙ୍କ ମାନସିକ ପୂରଣ ହୋଇଥାଏ ।ଖାସ କରି ଏହି ମାସରେ କାଉଡିଆ ମାନଙ୍କ ବିଭିନ୍ନ ଷୌବ ପୀଠରେ ଜଳା ଅଭିଷେକ କରିଥାନ୍ତି ।ନିଜ ନିଜର ମାନସିକ ନେଇ ବୋଲବମ ଭକ୍ତମାନେ ଏହି ମାସରେ ସମ୍ପୂର୍ଣ୍ଣ ପିଆଜ, ରସୁଣ, ଆମିଷ ନ ଖାଇ ରହିଥାନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ଶ୍ରୀ ଶ୍ରୀ ଶ୍ରୀ ତାଳେଶ୍ଵର ବୋଲବମ ଗୃପ ତରଫରୁ ୧୨୦ ଜଣ ବୋଲବମ ଭକ୍ତ କୋଦଳା ଗ୍ରାମ ପରିକ୍ରମା କରି କଟକ ଗଡଗଡିଆ ଘାଟ ଅଭିମୁଖେ ବାହାରିଛନ୍ତି । ସେଠାରୁ ଆଜି ଜଳ ଧରି ପୁରୀ ଅଭିମୁଖେ ଯାତ୍ରା କରିବେ । ତୃତୀୟ ସୋମବାର ଦିନ ଶ୍ରୀ ଶ୍ରୀ ଶ୍ରୀ ଲୋକନାଥଙ୍କ ପାଖରେ ଜଳ ଲାଗି କରିବେ। ଏହି ତାଳେଶ୍ଵର ବୋଲବମ ସଂଘ ଦୀର୍ଘ ୨୬ବର୍ଷ ଧରି ଏହି ଯାତ୍ରା ଚାଲୁରଖିଛନ୍ତି । ଏହାକୁ ସୁଚାରୁ ରୂପେ ତୁଲାଇବା ପାଇଁ ଗୋପାଳ କୃଷ୍ଣ ସାହୁ, ଭଗବାନ ପାଢ଼ୀ,ବାଦଲ ପଟ୍ଟନାୟକ, ସନ୍ତୋଷ କୁମାର ସେଠୀ, ଏ.ବାବୁ ଦୋରା, ଦିପୁ ଶତପଥି ଓ ସମସ୍ତ ମେମ୍ବର ପ୍ରମୁଖ ସାହାଯ୍ୟ କରିଛନ୍ତି।

Advertisement