ବାଲିପଡାରେ ନକଲି ସାମ୍ବାଦିକ, ୪ ଗିରଫ

442
ADVERTISEMENT

କୁକୁଡାଖଣ୍ଡି,୧/୮ (ଇ.ରଞ୍ଜନ) : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ସଦର ଥାନା ଇଲାକାରେ ଜଣେ ନକଲି ସମ୍ବାଦିକ ସହ ୩ସହଯୋଗିଙ୍କୁ ଅଞ୍ଚଳବାସୀ ଧରି ପୋଲିସକୁ ଜିମା ଦେଇଛନ୍ତି ।ସେମାନେ ଏକ ବ୍ୟୈଦୁତିକ ଗଣମାଧ୍ୟମର ପ୍ରତିନିଧି ବୋଲି ନିଜକୁ ପରିଚୟ ଦେଉଥିଲେ । ସେମାନେ ହେଲେ ବ୍ରହ୍ମପୁରର ନକଲି କ୍ୟାମେରାମେନ ଦୀପକ ବଡ଼ତ୍ୟା, ଜିଲ୍ଲାପ୍ରତିନିଧି ସୁନୀଲ ପଢିଆରି ସହଯୋଗି ତପନ ପଟ୍ଟନାୟକ ଓ ଡ୍ରାଇଭର ଡି.ନାଗେଶ୍ବର ରାଓ । ଆଜି ସକାଳେ ବାଲିପଡା ସ୍ଥିତ ଶିୁିଶୁ ମନ୍ଦିରକୁ ଯାଇ ପିଲାମାନେ ଆସୁଥିବା ଅଟୋକୁ ଫଟୋଉଠାଇ ଶିଶୁ ମନ୍ଦିରରେ ଥିବା ଶିଷୟତ୍ରୀ ମାନଙ୍କୁ ଭୟଭୀତ କରାଇଥିଲେ । ସେଠାକାର ଅଞ୍ଚଳବାସି ମାନେ ଏହି ନକଲି ସମ୍ୱାଦିକକୁ ସନ୍ଦେହ କରି ପୋଲିସ କୁ ଜଣେଇ ଥିଲେ । ରାଜ୍ୟର ଏକ ଘରୋଇ ଟିଭି ଚ୍ୟାନେଲର ବୁମ,ଆଇକାଡ,କ୍ୟାମେରା ଓ ଏକ ଇଣ୍ଡିଗୋ କାରକୁ ଜବତ କରିଛି ପୁଲିସ । ନକଲି ସାମ୍ବାଦିକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କାରାଯାଇଛି , ବୋଲି ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।

Advertisement