ADVERTISEMENT
Home ଆଞ୍ଚଳିକ ଓଡିଶା ବସକୁ ଆନ୍ଧ୍ରର ନାଁ, ଆନ୍ଧ୍ର ରାସ୍ତାରେ ଗଡିପରୁନି ଓଡିଶା ବସ

ଓଡିଶା ବସକୁ ଆନ୍ଧ୍ରର ନାଁ, ଆନ୍ଧ୍ର ରାସ୍ତାରେ ଗଡିପରୁନି ଓଡିଶା ବସ

193
ADVERTISEMENT

ପାରଳାଖେମୁଣ୍ଡି,୪/୧୧( ପ୍ରଭାତ କୁମାର ପାତ୍ର) : ଓଡିଶା ବସକୁ ଆନ୍ଧ୍ରର ନାଁ, ଆନ୍ଧ୍ର ରାସ୍ତାରେ ଗଡିପରୁନି ଓଡିଶା ବସ, ଚଳା ଚଳରେ ରୋକ ଲଗାଇଛି
ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ , କିନ୍ତୁ ଓଡିଶାରେ ଆନ୍ଧ୍ର ବସ ଚଳା ଚଳରେ ନାହିଁ କୈାଣଶି କଟକଣା, ଫଳରେ ସମସ୍ୟା ଭୋଗୁଛନ୍ତି ଯାତ୍ରୀ, ହାତ ବାନ୍ଧି ବସିଛନ୍ତି କର୍ମଚାରି, କ୍ଷତି ସହୁଛନ୍ତି ମାଲିକ, ଏଭଳି କିଛି ଅଭିଯୋଗ ଆଣିଛି ଗଜପତି ଘରୋଇ ବସ ମାଲିକ ସଂଘ । ଆନ୍ଧ୍ର – ଓଡିଶା ମଧ୍ୟରେ ବିବାଦ କୈାଣସି ନୁଆଁ କଥା ନୁହେଁ କେତେ ବେଳେ ପାଣି ଆଉ କେତେ ବେଳେ ରାସ୍ତା ଏବଂ ଜମିକୁ ନେଇ ବିବାଦ ଆଉ ଉଭୟ ପ୍ରଶାସନ ମଧ୍ୟରେ ତୁତୁ ମେମେ ହେଉଛି ସାଧାରଣ କଥା ଏବେ ପୁଣି ଉଭା ହୋଇଛି ଆଉ ଏକ ନୁଆଁ ବିବାଦ ଯାହା ସୀମାନ୍ତ ଅ•ଳରେ ବସ ଚଳାଚଳକୁ ନେଇ । କୈାଣଶି ଉପଯୁକ୍ତ କାରଣ ନଥାଇ ମନମାନି କରି ସରକାରି ଟିକସକୁ ଗ୍ରହଣ ନକରି କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ବେଖାତିର କରି ବସ ଚଳାଚଳ ଉପରେ ଅଘୋଷିତ କଟକଣା ଜାରି କରିଛି ଶ୍ରୀକାକୁଲମ ପ୍ରଶାସନ ।

Advertisement