ଜୁଆ ଆଡ୍ଡା ଚଢାଉ, ୫ ଜୁଆଡ଼ି ଗିରଫ, ୪୮ ହଜାର ଟଙ୍କା ସମେତ ୩ ମୋଟର ସାଇକେଲ ଜବତ

260
ADVERTISEMENT

ହିଂଜିଳିକାଟୁ,୧/୮(ଶେଷଦେବ ସାହୁ) : ହିଂଜିଳି ଥାନା ନିସ୍ତିପୁର ଗ୍ରାମ ନିକଟସ୍ଥ ମର୍କତେଶ୍ୱର ପାହାଡ଼ ନିକଟରେ ଚାଲିଥିବା ନେଇ କୌଣସି ସୁତ୍ରରୁ ଖବର ପାଇ ହିଂଜିଳି ପୋଲିସର ଏକ ସ୍ୱତନ୍ତ୍ର ଟିମ ଚାଲିଥିବା ଜୁଆ ଆଡ୍ଡା ଉପରେ ବୁଧବାର ଦିନ ଚଢାଉ କରିଛି । ଚଢାଉ ସମୟରେ ୫ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୮ ହଜାର ଟଙ୍କା ସମେତ ୩ ଟି ମୋଟର ସାଇକେଲକୁ ଜବତ କରିଛି । ଗିରଫ ମାନେ ହେଲେ ହିଂଜିଳି ଥାନା ଦୁର୍ବନ୍ଧ ଗ୍ରାମର ସିମା ବେହେରା, ମିଥୁନ ବେହେରା, ଭଗବାନ ବେହେରା, ରବି ନାୟକ ଓ ପାଟପୁର ଥାନା କଙ୍କୋରଡ଼ା ଗ୍ରାମର ବୁଲୁ ସ୍ୱାଇଁ । ଏ ନେଇ ନଂ- ୧୯୩/୧୯ ରେ ଏକ ମାମଲା ରୁଜୁ କରି ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଚଢାଉରେ ଥାନା ଆଇଆଇସିଙ୍କ ସମେତ ଏସଆଇ ବିଶ୍ୱରଂଜନ ନାୟକ, ଏଏସଆଇ ରାଜନ ବିଷୋୟୀ, ବିଦେଶୀ ସେଠି, ହାବିଲଦାର ରାଜିବ କୁମାର ପାଢିଙ୍କ ସମେତ କନେଷ୍ଟବଳ ମାନେ ଅଂଶ ଗ୍ରହଣ କରିଥିଲେ ।

Advertisement