ବାଲିଗୁଡା ,୧/୮/୨୦୧୯ ଏଜେନସି :କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ ସଭାଗୃହରେ ୭୩ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ପାଳନପାଇଁ ପ୍ରସ୍ତୁତି ବୈଠକ ବାଲିଗୁଡା ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କିଭଳି ଶାନ୍ତି ଶୃଙ୍ଖଳାର ସହ ସ୍ବାଧୀନତା ଦିବସ ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା । ଏଥିସହିତ ସ୍ବାଧୀନତା ଦିବସ ଅବସରରେ ହେବାକୁଥିବା ବିଭିନ୍ନ ପ୍ରତିଯୋଗୀତା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ବୈଠକରେ ବାଲିଗୁଡା ଉପଖଣ୍ଡ ଉତ୍ସବ କମିଟିର ସମସ୍ତ ସଦସ୍ୟଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି,ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ,ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।