ADVERTISEMENT
Home ଆଞ୍ଚଳିକ ମଣ୍ଡିରୁ ମାଣ୍ଡିଆ କିଣିବା ଉପଲକ୍ଷେ ପ୍ରଚାର ରଥର ଶୁଭାରମ୍ଭ

ମଣ୍ଡିରୁ ମାଣ୍ଡିଆ କିଣିବା ଉପଲକ୍ଷେ ପ୍ରଚାର ରଥର ଶୁଭାରମ୍ଭ

218
ADVERTISEMENT

ମୋହନା,୧୮/୧୦(ମୋହନ ଗୌଡ଼) : ସ୍ଥାନୀୟ ବ୍ଲକର ୩୯ଟି ପଞ୍ଚାୟତର ଚାଷୀମାନେ ଯେପରି ଲାଭଖୋର ବେପାରୀ ଓ ଦଲାଲ ମାନଙ୍କୁ କମ୍ ଦାମରେ ପୃଷ୍ଟିକର ଖାଦ୍ୟ ମାଣ୍ଡିଆ ନ ବିକି ଲ୍ୟାମ୍ପୂର ମଣ୍ଡିରେ ଉଚିତ ଦରରେ ମାଣ୍ଡିଆ ବିକ୍ରି କରିବା ଉଦ୍ଦେଶ୍ୟରେ ଶନିବାର ମୋହନା ବ୍ଳକ୍ କାର୍ଯ୍ୟାଳୟ ପରିସରରେ ପ୍ରଚାର ରଥର ଶୁଭାରମ୍ଭ ହୋଇଯାଇଛି। ଏହି ସଚେତନତା ରଥକୁ ସ୍ଥାନୀୟ ବିଡ଼ିଓ ବଂଶୀଧର ଖୋସ୍କା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ୧୭ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ବ୍ଳକର ବିଭିନ୍ନ ପଞ୍ଚାୟତ ଗ୍ରସ୍ତ କରି ପ୍ରଚାର କରିବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ ସହକାରୀ ଅଧିକାରୀ ଭୂବେନ୍ଦ୍ର ମୁର୍ମୁ , ତପ୍ତପାଣି ଫାମାସୀ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ସାହୁ, ଅଧ୍ୟକ୍ଷ ପିତାମ୍ବର ଗମାଙ୍ଗ, ମିଲେଟ ମିଶନ ବ୍ଲକ୍ ସଂଯୋଜକ ପି. ମଧୁମୂର୍ତ୍ତୀ, ସହକାରୀ ସଂଯୋଜକ ରାମକୃଷ୍ଣ ବିଷୋୟୀ, କେବିକେର ବରିଷ୍ଠ ବୈଜ୍ଞାନିକ ସଂଗ୍ରାମ ପରମଗୁରୁ, ଦ୍ଵାରିକା ମୋହନ ଦାଶଙ୍କ ସମେତ ଆଇସିଡିଏସ୍ ସୁପରଭାଇଜର ସ୍ୱପ୍ନରାଣୀ ପାତ୍ର, କବିତା ସାମଲ ଉପସ୍ଥିତ ଥିଲେ । ସକାଳ ଅନୁଷ୍ଠାନର ସଂଯୋଜକ ସନ୍ତୋଷ କୁମାର ଗୌଡ଼, ସୁଦାମ ଚରଣ ମୁଦୁଲି, ଯୋଗେନ୍ଦ୍ର ସ୍ଵାଇଁ,କାଳୁଚରଣ ପାଇକ, ସତ୍ୟବାନ ପ୍ରଧାନ, ନିରଞ୍ଜନ ପାଇକ ଆଦି କର୍ମବର୍ତ୍ତୀ ସହଯୋଗ କରିଥିଲେ । ୱ।ସନ ସଂସ୍ଥା ମାଧ୍ୟମରେ ରାଜ୍ୟର ୧୪ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି ।

Advertisement