ଭିଷଣ ବର୍ଷା ସମ୍ଭାବନାରେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ

176
ADVERTISEMENT

ଗଜପତି ,୧୪/୧୦,(ପ୍ରଭାତ କୁମାର ପାତ୍ର ) : ପିଣିପାଗ ବିଭାଗ ପକ୍ଷରୁ ତିନି ଦିନ ଧରି ଭିଷଣ ବର୍ଷା ସମ୍ଭାବନା ରହିଥିବା ସୂଚନା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ସାମ୍ଭାବ୍ୟ ଭୁଷ୍ଖଳନ ଅଞ୍ଚଳରୁ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କରାଯାଇଛି ସ୍ଥାନାନ୍ତରିତ। ଜିଲ୍ଲାର ମୋହନା, ଆର୍ ଉଦୟଗିରି, ଗୁମ୍ମା, ରାୟଗଡ଼, କାଶୀନଗର ବ୍ଲକର ବିଭିନ୍ନ ସ୍ଥାନରେ ସ୍କୁଲ ଅଙ୍ଗନବାଡ଼ି କେନ୍ଦ୍ରରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଗତକାଲି ଠାରୁ ବିଭିନ୍ନ ସ୍ଥାନରୁ ୫୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଛି। ଆବଶ୍ୟକ ସ୍ଥଳେ ସମ୍ବେଦନଶୀଳ ଚିହ୍ନଟ ହୋଇଥିବା ୩୬ଟି ପଞ୍ଚାୟତ ୧୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବର୍ଷା ଜନିତ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରଶାସନ ସଜାଗ ଥିବା ଏବଂ ସମସ୍ତ କେନ୍ଦ୍ରରେ କର୍ମଚାରୀ ନିୟୋଜିତ ଥିବା କହିଛନ୍ତି ଜିଲ୍ଲାପାଳ। ଗତକାଲି ଠାରୁ ପ୍ରଭାବିତଙ୍କୁ ପ୍ରଶାସନ ପକ୍ଷରୁ ସୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦେବା ବ୍ୟବସ୍ଥା କରାଯାଇଛି। ସରକାରଙ୍କ ଏହି ଆଗୁଆ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି ପ୍ରଭାବିତ।

Advertisement