Friday, October 16, 2026
ADVERTISEMENT
Home ଆଞ୍ଚଳିକ ଆରଆଇଙ୍କ ବିଦାୟ କାଳୀନ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ଆରଆଇଙ୍କ ବିଦାୟ କାଳୀନ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି

324
ADVERTISEMENT

କୁକୁଡାଖଣ୍ଡି ,୩୧/୭ ଏଜେନସି: କୁକୁଡାଖଣ୍ଡି ତହସିଲକାର୍ଯ୍ୟଳୟ ରେ ଆରଆଇଙ୍କ ବିଦାୟ କାଳୀନ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟଳୟରେ ଆଜି ବୋରିଗାଁ ସର୍କିଲରେ ନିୟୋଜିତ ଥିବା ରାଜସ୍ୱ ନିରୀକ୍ଷକ ମନମୋହନ ତ୍ରିପାଠୀଙ୍କୁ ତହସିଲଦାରଙ୍କ ସଭାପତିତ୍ୱତରେ ଆଜି ରାଜସ୍ୱ ନୀରକ୍ଷକ ମାନେ ସାମିଲ ହୋଇ ମନମୋହନ ତ୍ରିପାଠୀଙ୍କୁ ମିଳିତ ଭାବେ ବିଦlୟ ଦେବା ନିମନ୍ତେ ତହସିଲ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ତାଙ୍କ କର୍ମ,ଦକ୍ଷତା ଓ ଲୋକଙ୍କ ସେବାରେ ନିୟୋଜିତ ଥିବା ହେତୁ ତାଙ୍କୁ ପୁରସ୍କୁତ କରା ଯାଇଥିଲା । ତ୍ରିପାଠୀ ବାବୁ ଜଣେ ସଚ୍ଚଟ ନିସ୍ଵାର୍ଥପର ,କର୍ତ୍ତବ୍ୟନିଷ୍ଠା ତଥା ଆଦର୍ଶ ବାଦି ଆରଆଇ ଭାବେ ବେଶ ସୁପରିଚିତ ,ତାଙ୍କ ସରଳ, ଆତ୍ମୀୟଭାବ ଓ ବ୍ୟବହାର ପାଇଁ ତ୍ରିପାଠୀ ବାବୁ ସମସ୍ତ କର୍ମଚାରୀ ଓ ଆଞ୍ଚଳିକ ବାସିଙ୍କ ନିମନ୍ତେ ପ୍ରିୟପାତ୍ର ହୋଇ ପାରିଥିଲେ। ଏହି କାର୍ଯ୍ୟକ୍ରମରେ ତହସିଲଦାର ସୁବାଷ ଚନ୍ଦ୍ର ରଇତ,ଅତିରିକ୍ତ ତହସିଲଦାର କଳା କୃଷ୍ଣ ପ୍ରଧାନ,ମୁଖ୍ୟ କିରାଣୀ ଏସ ଏନ ପଣ୍ଡା, ଆରଆଇ ସୁପରଭାଇଜର ପୂର୍ଣ୍ଣଚନ୍ଦ୍ର ପଣ୍ଡା ଏବଂ ସମସ୍ତ ଆରଆଇ ଓ ତହସିଲ କାର୍ଯ୍ୟାଳୟ କର୍ମଚାରି ମାନେ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ । ତାଙ୍କୁ ଶ୍ରଦ୍ଧାରେ କୁଣ୍ଢେଇ ଧରି ସଭା ସମାପନ କରିଥିଲେ ।

Advertisement