ପୋଲିସ ପାଇଁ ସୁରକ୍ଷା ଦାବି କରି ଏସିପି ସତ୍ୟଜିତ ମିଶ୍ର ନିଲମ୍ବିତ

175
ADVERTISEMENT

ଭୁବନେଶ୍ୱର ,୩୧/୭ ଏଜେନସି: ଓଡିଶା ପୋଲିସ ସଂଘର ସଭାପତି ତଥା ଏସିପି ସତ୍ୟଜିତ୍‌ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ବାଲିଆପାଳରେ ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ସେ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ଅସୁରକ୍ଷିତ ବୋଲି କହିଥିଲେ । ଡାକ୍ତରଙ୍କୁ ସ୍ବତନ୍ତ୍ର ଆଇନ ବଳରେ ସୁରକ୍ଷା ପ୍ରଦାନ ଭଳି ପୋଲିସକୁ ମଧ୍ୟ ଉପଯୁକ୍ତ ସୁରକ୍ଷା ପ୍ରଦାନ କରିବାକୁ ଦାବୀ କରିଥିଲେ । କେବଳ ସେତିକି ନୁହେଁ, ରାଜ୍ୟରେ ଖାଲି ପଡିଥିବା ଏ.ଏସ.ଆଇ, ଏସ.ଆଇ ଓ ଇନ୍ସପେକ୍ଟର ପଦବୀ ପୂରଣ କରାଯାଉ, ସବୁ ଥାନାକୁ ଫୋର୍ସ ଯୋଗାଇ ଦିଆଯାଉ, ତଦନ୍ତ ଓ ଆଇନ ଶୃଙ୍ଖଳା ଡ୍ୟୁଟିକୁ ଅଧିକାରୀ ଙ୍କ ମଧ୍ୟରେ ଅଲଗା କରିବାକୁ ସଙ୍ଘ ପକ୍ଷରୁ ସେ ଦାବି କରିଥିଲେ । ପୋଲିସ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଥିବାବେଳେ ଖୋଦ ପୋଲିସ ନିଜ ସୁରକ୍ଷା ପାଇଁ ଦାବି କରିବା ରାଜ୍ୟ ଗୃହ ବିଭାଗର ହଜମ ହୋଇନାହିଁ । ଏଥିପାଇଁ ତାଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Advertisement