ADVERTISEMENT
Home ଆଞ୍ଚଳିକ ଗାନ୍ଧୀ ଜୟନ୍ତୀରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଗାନ୍ଧୀ ଜୟନ୍ତୀରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

177
ADVERTISEMENT

ଗଜପତି,୨/୧୦(ପ୍ରଭାତ ପାତ୍ର) :ଗଜପତି ଜିଲ୍ଲାରେ କୋଭିଡ କଟକଣା ମଧ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମତିଥି ପାଳିତ ହୋଇଯାଇଛି। ପ୍ରଥମେ ଗାନ୍ଧୀ ଛକ ଠାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃନ୍ଦାବନ ପ୍ୟାଲେସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲାପାଳ ଅନୁପମ ସାହା। ଏଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କୁ ଗାନ୍ଧୀଙ୍କ ନିତି ଆଦର୍ଶରେ ଚାଲିଲେ ସମାଜରେ ଶାନ୍ତ ବାତାବରଣ ଗଢିଉଠିବ, ତେବେ ସମସ୍ତେ ତାଙ୍କର ଅନୁପ୍ରାଣିତ ହେବାପାଇଁ ଆହ୍ବାନ ଦେଇଛନ୍ତି ଜିଲ୍ଲାପାଳ। ଏହି ଅବସରରେ ଅନାଥାଶ୍ରମର ଅନ୍ତେବାସୀ ମାନଙ୍କୁ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଛନ୍ତି। ଏଥିରେ ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Advertisement