Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଦୁଷ୍କର୍ମ କାରୀଙ୍କୁ ୧0ବର୍ଷ ଜେଲ ଦଣ୍ଡାଦେଶ ୧0ହଜାର ଟଙ୍କା ଜୋରିମାନା

ଦୁଷ୍କର୍ମ କାରୀଙ୍କୁ ୧0ବର୍ଷ ଜେଲ ଦଣ୍ଡାଦେଶ ୧0ହଜାର ଟଙ୍କା ଜୋରିମାନା

618
ADVERTISEMENT

ବାଲିଗୁଡା,୩୧/୭ ଏଜେନସି: ଏକ ଦୁଷ୍କର୍ମମାମଲା ର ବିଚାର କରି ଅତିରିକ୍ତ ଦୌରା ଜଜ ଅରବିନ୍ଦ ପଟ୍ଟନାୟକ ଅଭିଯୁକ୍ତ ଭଗବତ ବେହରଦଲାଇ ଙ୍କୁ ୧0ବର୍ଷ ଜେଲ ଦଣ୍ଡ ସହ ୧0ହଜାର ଟଙ୍କା ଜୋରିମାନା ରେ ମଙ୍ଗଳବାର ଦଣ୍ଡିତ କରିଛନ୍ତି l ମାମଲାର ବିବରଣୀ ରୁ ପ୍ରକାଶ ଯେ, ୨୦୧୫ ମସିହା ଏପ୍ରିଲ ମାସ 9ତାରିଖ ଦିନ ରାତ୍ର ରେ ବାଲିଗୁଡା ଥାନା ନିକଟସ୍ଥ ଦଡ଼କଙ୍ଗିଆ ଗ୍ରାମର ୨୨ବର୍ଷୟା ଯୁବତୀ ଜଣକ ନିଜ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଉକ୍ତ ଗ୍ରାମର ଭଗବତ ବେହରଦଲାଇ ଉକ୍ତ ଯୁବତୀକୁ ଛୁରୀ ଦେଖାଇ ଭୟଭିତ କରି ଦୁଷ୍କର୍ମ କରିଥିଲା ଏବଂ ଏହିବିଷୟ କାହାକୁ କହିଲେ ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲା l ଏହି ବିଷୟ ଯୁବତୀ ଜଣକ ଭୟରେ କାହାକୁ କହିନଥିଲା, ଏହାର ସୁଯୋଗ ନେଇ ଅଭିଯୁକ୍ତ ଭଗବତ ଉକ୍ତ ଯୁବତୀକୁ ବାରମ୍ବାର ଦୁଷ୍କର୍ମ କରିଥିଲା, ପରବର୍ତ୍ତୀ ସମୟରେ ସାହସ କରି ଯୁବତୀ ଜଣକ ବାଲିଗୁଡା ଥାନାରେ କେଶ ଦେଇଥିଲା ଏବଂ ତାହା ବାଲିଗୁଡା ଥାନା କେଶ ନଂ. ୬୪/୧୯ ମଇ ମାସ ୨୦୧୯ରେ ଏକ ମକଦମା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ l ଏହି ମାମଲାର ମଙ୍ଗଳବାର ଦିନ ବିଚାର କରି ଅତିରିକ୍ତ ଦୌରା ଜଜ ଅରବିନ୍ଦ ପଟ୍ଟନାୟକ ଅଭିଯୁକ୍ତ ଭଗବତକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡା ଦେଶ ଶୁଣାଇ ଥିଲେ l ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପିପି ସୁଧାଂଶୁ ମୋହନ ପତି ପରିଚାଳନା କରିଥିଲେ l

Advertisement