ଫୁଲବାଣୀରେ ସୂଚନା ଅଧିକାର ସଂଗଠନ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ

296
ADVERTISEMENT

କନ୍ଧମାଳ ,୩୧/୭ ଏଜେନସି: କେନ୍ଦ୍ର ସରକାର ସୂଚନା ଅଧିକାରକୁ ଦୁର୍ବଳ କରିବାପାଇଁ ସମ୍ବିଧାନରେ ସଂଶୋଧନ ଆଣିଥିବା ପ୍ରତିବାଦରେ ଫୁଲବାଣୀ ଜନ ସୂଚନା ଅଧିକାର କର୍ମୀ ସଂଗଠନର ଜିଲ୍ଲା ଆବାହକ ଅଶୋକ ପରିଡାଙ୍କ ନେତୃତ୍ୱରେ ଆଜି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ଐତିହାସିକ ଆଇନ କୁ ନିଷ୍କ୍ରିୟ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମ୍ବିଧାନିକ ସଂଶଧନ ଯୋଜନା । ଏହି ଜନ ସୂଚନା ଅଧିକାର ଆଇନ ଜନସାଧାରଣଙ୍କର ଅମୋଘ ଅସ୍ତ୍ର ଥିଲା ଜନ ସାଧାରଣ ସମସ୍ତ ସୂଚନା ପାଉଥିଲେ । ସମାଜରେ ସରକାରୀ କାର୍ଯ୍ୟକ୍ରମ ଲୁଚା ଛପା ହୋଇ ରହିପାରିବ ନାହିଁ । ନାଗରିକ ମାନଙ୍କ ପାଖରେ ସରକାର ଉତ୍ତରଦାୟୀ ରହିବ । ସରକାରୀ ଅଧିକାରୀ କର୍ମଚାରୀ ମାନେ କାର୍ଯ୍ୟରେ ଅବହେଳା କଲେ କିମ୍ବା ଦୁର୍ନୀତି କଲେ ଦଣ୍ଡମିଳିବ ଏହି ମହତ ଉଦେଶ୍ୟ ସାଧିତକୁ ନେଇ ୨୦୦୫ ମସିହାରେ ଭାରତରେ ଏହି ଜନ ସୂଚନା ଅଧିକାର ଆଇନ ପ୍ରଣୟନ ହୋଇଥିଲା । ବର୍ତ୍ତମାନ କେନ୍ଦ୍ରସରକାର ସମ୍ବିଧାନ ସଂଶଧନ ଆଣି ସ୍ୱ ଇଛାରେ ନିଜକୁ ସୁହାଇଲା ଭଳି କମିଶନର, ଅଧିକାରୀ ନିଯୁକ୍ତି ଚାକିରୀ ଅବଧି, ବେତନ ବ୍ୟବସ୍ଥା ଧାର୍ଯ୍ୟ କରିବ ଯାହା ଫଳରେ କମିସନର ମାନେ ସରକାରଙ୍କ କାଠ କଣ୍ଢେଇ ସାଜିବେ । ଅଧିକାରୀ ମାନେ ଦୁର୍ନୀତି କରି ଖସିଯିବାର ସୁଯୋଗ ପାଇବେ । ଦୁର୍ନୀତି ବୃଦ୍ଧିପାଇବ ଜନ ସାଧରଣ ଙ୍କୁ ସୂଚନା ମିଳିବ ନାହିଁ ।ଵୋଲି ସୂଚନା ଅଧିକାର ଆବାହକ ଅଶୋକ ପରିଡା ଅଭିଯୋଗ କରିଥିଲେ । ଏବଂ କେନ୍ଦ୍ର ସରକାର ଆଇନର ସଂଶଧନ ପୂର୍ବରୁ ଲୋକ ମତ ଲୋଡିବାର ଆବଶ୍ୟକ ଥିଲା । ସରକାର ପୁନଃ ବିଚାର କରିବାପାଇଁ ଶ୍ରୀ ପରିଡା ଦାବି କରିଛନ୍ତି । ଏହି ବିକ୍ଷୋଭ ସଭା ରେ ଜିଲା ସୂଚନା କର୍ମୀ ଦୁର୍ବାସା ସେଠୀ , ଉମେଶ ଚନ୍ଦ୍ର ପାତ୍ର , କୃଷ୍ଣଚନ୍ଦ୍ର ଦିଗାଲ , ରେଶମା ଦିଗାଲ , ଗୀତାଞ୍ଜଳି କଂହର , ବି ଭି ସୁବ୍ରମନ୍ୟୁମ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

Advertisement