ହିଂଜିଳିକାଟୁ, ୩୧ା୭ (ଶେଷଦେବ ସାହୁ): ହିଂଜିଳି ଥାନା ପୋଲିସ ପକ୍ଷରୁ ସ୍ଥାନୀୟ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ମଦ ଧରପଗଡ଼ କରାଯାଇ ବେଆଇନ ଭାବେ ବିକ୍ରି କରୁଥିବା ୨ ଜଣ ମଦ ବେପାରୀଙ୍କୁ ଗିରଫ କରାଯାଇ ସେମାନଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ୩୫ ବୋତଲ ବିଦେଶୀ ସମେତ ୮ ଲିଟର ଦେଶୀ ମଦ ଜବତ କରାଯାଇଛି । ଗିରଫ ମାନେ ହେଲେ ହିଂଜିଳି ଥାନା ଆଡ଼ପଡ଼ା ଫାଣ୍ଡି ପେଣ୍ଡୁରାଲୁଣ୍ଡି ଗ୍ରାମର ନିଳାମ୍ବର ସାମଲ (୫୫) ଓ ନିମିଗାଁର ଶିବଶଙ୍କର ସାହୁ । ଏନେଇ ନଂ- ୧୯୧ ଓ ୧୯୨/୧୯ ରେ ୨ଟି ମାମଲା ରୁଜୁ କରାଯାଇ ଗିରଫ ଦୁହିଁଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ନିଳାମ୍ବରଙ୍କ ଠାରୁ ୩୫ ବୋତଲ ବିଦେଶୀ ମଦ ଜବତ କରାଯାଇଥିବା ବେଳେ ଶିବଶଙ୍କରଙ୍କ ଠାରୁ ୪୦ ଟି ଦେଶୀ ମଦ ପାଉଚ ଜବତ କରାଯାଇଛି । ପ୍ରକାଶ ଥାଉକି, ସ୍ଥାନୀୟ ଅଂଚଳରେ ଅବକାରୀ ବିଭାଗୀୟ କାର୍ଯ୍ୟାଳୟ ରହିଥିଲେ ମଧ୍ୟ କାର୍ଯ୍ୟାଳୟରେ ବହୁ ସମୟରେ ତାଲା ଝୁଲୁଥିବାର ଦେଖିବାକୁ ମିଳୁଛି । ଯଦ୍ୱାରା ଅବକାରୀ ବିଭାଗର କାର୍ଯ୍ୟ ପୋଲିସ ପ୍ରଶାସନ କରୁଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।