Tuesday, October 6, 2026
ADVERTISEMENT
Home ଆଞ୍ଚଳିକ ଅଜ୍ଞାତ ବ୍ୟକ୍ତିଙ୍କ ଶବ ଉଦ୍ଧାର

ଅଜ୍ଞାତ ବ୍ୟକ୍ତିଙ୍କ ଶବ ଉଦ୍ଧାର

217
ADVERTISEMENT

ପାରଳାଖେମୁଣ୍ଡି,୨୧/୦୯(ପ୍ରଭାତ ପାତ୍ର ) : ପାରଳାଖେମୁଣ୍ଡି ନୁଆବସଷ୍ଟାଣ୍ଡ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସକାଳୁ ସକାଳୁ ମୃତଦେହ ପଡ଼ିଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ହତ୍ୟା ସନ୍ଦେହ ସୃଷ୍ଟି କରିଛି। ବସଷ୍ଟାଣ୍ଡ ମଧ୍ୟରେ ମଦଦୋକାନ ଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଲୋକଙ୍କ ଗମନାଗମନ ଲାଗି ରହିଥାଏ। ମୃତ ଶରୀରରେ ଶକ୍ତ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଛି। ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁଁ କଚାଡି ହୋଇ ପଡ଼ି ମୃତ୍ୟୁ ହୋଇଛି ନା ଅନ୍ୟ କୈାଣସି ପରିସ୍ଥିତିରେ ଏଭଳି ଆଘାତ ଲାଗିଛି ଅବା କୈାଣସି ଦୁର୍ବୃତ୍ତର ଆକ୍ରମଣରୁ ମୃତ୍ୟୁ ହୋଇଛି ଏନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ରଖିଛି ପୋଲିସ୍ ।

Advertisement