କୁକୁଡ଼ାଖଣ୍ଡି,୧୪/୯(ଇ.ରଞ୍ଜନ): ତହସିଲ କାର୍ଯ୍ୟାଳୟ ସମୁଖରେ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ବାଜପା ପାର୍ଟି ପକ୍ଷରୁ ମହନ୍ତ ଚିନ୍ମୟାନନ୍ଦ ଦାଶଙ୍କ ନେତୃତ୍ୱରେ ସୋମବାର ପୂର୍ବାହ୍ନ ସମୟରେ ତହସିଲ କାର୍ଯ୍ୟାଳୟସମୁଖରେ ଆନ୍ଦୋଳନ ସହ ରାଜ୍ୟସରକାରଙ୍କ ଚାଷୀକୁଳ ମାରଣନିତି ବନ୍ଦ କରି ଚାଷୀଙ୍କ ଅତି ଆବଶ୍ୟକ ୟୁରିଆ କଳାବଜ଼ାରକୁ ରୋକ ଲଗାଇ ଖୁବଶୀଘ୍ର ଚାଷୀଙ୍କୁ ସମବାୟ ବିଭାଗର ଦ୍ୱାରା ୟୁରିଆ ଆବଶ୍ୟକତା ଅନୁଯାୟୀ ପୂରଣ କରିବା ନେଇ ଭାରତୀୟ ଜନତା ପାର୍ଟି ଦାବି କରି ତହସିଲଦାର ଙ୍କୁ ସ୍ମାରକ ପତ୍ର ପ୍ରଧାନ କରିଛି l ଚାଷୀର କ୍ଷତଜମି ଫସଲର ଉର୍ନତି ସକାଶେ ଚାଷୀ ଯେଉଁ ସାର ଉପରେ ନିର୍ଭର ଯୋଗ୍ୟ ହୁଅନ୍ତି ତାହା ଚାହିଦା ମେଣ୍ଟାଇବା ରେ ସରକାର ଓ ପ୍ରଶାସନ ଚଳିତବର୍ଷ ବିଫଳ ଯୋଗୁଁ ସାର ବ୍ୟାପକ କଳାବଜ଼ାର କୁ ନେଇ ଚାଷୀ କୁଳବର୍ତମାନ ହତାଶ କୁ ନେଇ ତହସିଲ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ସରକାର ମଦ୍ୟପ ଙ୍କୁ ମଦ ଯୋଗାଡ଼ରେ ଦୂରନ୍ଦର କିନ୍ତୁ ଚାଷୀ ୟୁରିଆ ସାର ଅଭାବ ରୁ ସରକାରଙ୍କ ନିରବ କୁ ନେଇ ଶାଣିତ କରିଥିଲେ ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ଛୁଟି ରେ ଥିବା ବେଳେ କାର୍ଯ୍ୟାଳୟ ର ବରିଷ୍ଠ କିରାଣୀଙ୍କୁ ସ୍ମାରକପତ୍ର ପ୍ରଧାନ କରିଥିଲେ ଏଥିରେ ବଜେପି ଉପସଭାପତି ଫରେସ ରଥ,ଜାତୀୟ ସେନ୍ସରବୋର୍ଡ଼ ସଦସ୍ୟ ଶ୍ରୀକାନ୍ତ ପାଢ଼ୀ,ମହିଳା ଶୋଭାନେତ୍ରୀ ବନଜା ପଣ୍ଡା ସୁଶାନ୍ତ ପାଢ଼ୀ ଜିଲ୍ଲାପରିଷଦ ମୋହନ ଦାଶ,ବାବୁଲାପାତ୍ର,ବାବୁଲା ସାହୁ, ରାକେଶ ପଣ୍ଡା,ରବି ବରାଳ, ସଞ୍ଜୟ ପାତ୍ର, ବରାଡ ପାତ୍ର, ମିଟୁସାହୁ,କେ.ଚନ୍ଦ୍ରଶେଖର ଦାଶ ସମେତ ବହୁ ବିଜେପି ସଦସ୍ୟସଦସ୍ୟା ଉପସ୍ଥିତରେ ସ୍ମାରକ ପତ୍ର ଦେଇ ତହସିଲଦାର ଏହା ଉପରେ ଦୃଷ୍ଟିଦେଇ ଚାଷୀଙ୍କ ସାର କଳାବଜ଼ାର କୁ ବନ୍ଦକରି ସମାନ ଦରରେ ଚାଷୀ କିଣାବେ ଦୃଷ୍ଟି ଦେଇସମାଧାନ କରନ୍ତୁ ନଚେତ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବା ପାଇଁ ଚେତାବନୀ ଦେଇଥିଲେ l


















