Wednesday, October 7, 2026
ADVERTISEMENT
Home ଆଞ୍ଚଳିକ ଦୀର୍ଘ ୩୫ ବର୍ଷ ପରେ ନିଜ ଭିଟାମାଟିରେ ପାଦ ଦେଲେ ଦୟା ଭୁୟାଁ ଓରଫ...

ଦୀର୍ଘ ୩୫ ବର୍ଷ ପରେ ନିଜ ଭିଟାମାଟିରେ ପାଦ ଦେଲେ ଦୟା ଭୁୟାଁ ଓରଫ ଜଗପତି କାର୍ଯୀ

192
ADVERTISEMENT

ଗଜପତି ,୨୯/୦୮(ପ୍ରଭାତ କୁମାର ପାତ୍ର) : ନିଜ ଭିଟାମାଟିରେ ପାଦ ଦେଲେ ଦୟା ଭୁୟାଁ ଓରଫ ଜଗପତି କାର୍ଯୀ। ଦୀର୍ଘ ୩୫ ବର୍ଷ ପରେ ନିଜ ଆତ୍ମୀୟଙ୍କ ନିକଟରେ ପହଞ୍ଚିଛନ୍ତି ଦୟା। ରାଜ୍ୟ ସରକାରଙ୍କ ମୋ ପରିବାର ଯୋଜନାରେ ସାମିଲ କରି ଦୟାଙ୍କୁ ଓଡ଼ିଶାକୁ ଆଣିବା ପ୍ରୟାସ ଆରମ୍ଭ ହୋଇଥିଲା। ଜିଲ୍ଲାପାଳ ଅନୁପମ ସାହାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ ସୁଦୂର ଅରୁଣାଚଳ ପ୍ରଦେଶରୁ ସାଥୀରେ ନେଇ ଆସିଲେ ଗଜପତିକୁ।
ଅସହାୟ ଅବସ୍ଥାରେ ଅରୁଣାଚଳ ପ୍ରଦେଶର ଲୋୟର ସୁଵାନସାରୀ ଜିଲ୍ଲା ଜିରୋ ମାର୍କେଟ ଅଞ୍ଚଳର ଏକ ଜଙ୍ଗଲରେ ରହିଥିଲେ ଦୟା ଓରଫ ଜଗପତି। ଜଙ୍ଗଲ ଭିତରେ ପଥର କୋରଡରେ କାଠ ତିଆରି କୁଡ଼ିଆରେ ଏକାକୀ ରହୁଥିବା ଦେଖି, ଲକଡାଉନ ସମୟରେ ତାଙ୍କୁ ଖାଦ୍ୟ ଯୋଗାଉଥିଲେ ସେଠାକାର ଜଣେ ଶିକ୍ଷକ ରୁଗୁଆମା। ତାଙ୍କ ପରିଚୟ ପାଇ ନିଜ ଗାଁକୁ ଫେରିବା ଆଗ୍ରହ ଦେଖି ଶିକ୍ଷକ ଜଣକ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ କରିଥିଲେ। ଏହାକୁ ଗୁରୁତ୍ବ ସହ ନେଇଥିଲେ ଜିଲ୍ଲାପାଳ ଅନୁପମ ସାହା। ପ୍ରବାସୀ ଓଡ଼ିଆଙ୍କୁ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ମୋ ପରିବାର ସହ ଯୋଗାଯୋଗ କରି ବା ସହ ଦୟାଙ୍କ ନିଜ ଗାଁ ରାୟଗଡ଼ ବ୍ଲକ, ତାଳମଣ୍ଡା ପଞ୍ଚାୟତ ଅବାରସିଂର ଭାଇ ସୁକୁ ଭୁୟାଁ ଓ ଭଉଣୀ ମଙ୍ଗଳା ଭୁୟାଁ ଏବଂ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ।

Advertisement