Wednesday, October 7, 2026
ADVERTISEMENT
Home ଆଞ୍ଚଳିକ କୋରନା କଟକଣା ମଧ୍ୟରେ ନିରାଡମ୍ବର ଭାବରେ ପାଳନ ହୋଇଯାଇଛି ଅଗ୍ରପୁଜିତ ଗଣେଶଙ୍କ ପୁଜା,

କୋରନା କଟକଣା ମଧ୍ୟରେ ନିରାଡମ୍ବର ଭାବରେ ପାଳନ ହୋଇଯାଇଛି ଅଗ୍ରପୁଜିତ ଗଣେଶଙ୍କ ପୁଜା,

203
ADVERTISEMENT

ପାରଳାଖେମୁଣ୍ଡି,୨୪/୮,(ପ୍ରଭାତ କୁମାର ପାତ୍ର ) : କୋରନା କଟକଣା ମଧ୍ୟରେ ନିରାଡମ୍ବର ଭାବରେ ପାଳନ ହୋଇଯାଇଛି ଅଗ୍ରପୁଜିତ ଗଣେଶଙ୍କ ପୁଜା, ବିନାୟକ ଚତୁର୍ଥୀ ବା ଗଣେଶଙ୍କ ଜନ୍ମ ତିଥିରୁ ହିଁ ପାର୍ବଣ ରୁତୁର ଆରମ୍ଭ ହୋଇଥାଏ ତେଣୁ କାହିଁ କେଉଁ କାଳରୁ ଧୁମ ଧାମରେ ପାଳନ କରିଆସୁଛନ୍ତି କିନ୍ତୁ ଚଳିତ ବର୍ଷର ପୁଜା କୋରନା ଯୋଗୁଁ କଟକଣା ରହିଥିଲେ ସୁଦ୍ଧା ପୁଜା ପାଳନ ବନ୍ଦ ହୋଇନି ପ୍ରତେକ ସବୁ ବର୍ଷ ଭଳି ନିଜ ନିଜର ସାମର୍ଥ୍ୟ ଅନୁସାରେ ସମସ୍ତ ଅଞ୍ଚଳରେ ପାଳନ କରିଛନ୍ତି ଗଣେଶ ଭଗବାନଙ୍କ ପୁଜା। ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟବସାୟୀକ ଅନୁଷ୍ଠାନ ଏବଂ ଘରେ ଘରେ ପାଳିତ ହୋଇଛି ଗଣେଶ ପୁଜା। ନିରାଡମ୍ବର ହେଲେ ସୁଧା ବହୁ ଖୁସିରେ ପାଳନ ହୋଇଯାଇଛି ପର୍ବ ସମସ୍ତଙ୍କ ପ୍ରଭୁ ଗଣେଶଙ୍କ ନିକଟରେ ଏକ ପ୍ରାଥନା ହେ ବିଘ୍ନ ବିନାଶକ ସକଳ ବିଶ୍ୱର ଏ ବିଘ୍ନ କୋରନା ମହାମାରୀକୁ ବିନାଶ କର ପ୍ରଭୁ। କେବଳ ସାମୁହିକ ଭାବରେ ସାହି ଗଳିର ପେଣ୍ଡାଲରେ ପାଳନ ହେଉଥିବା ମେଢ କଟକଣା ଯୋଗୁଁ ପାଳନ ହୋଇ ପାରିନାହିଁ ।

Advertisement