Wednesday, October 7, 2026
ADVERTISEMENT
Home ଆଞ୍ଚଳିକ ଲଗାଣ ବର୍ଷା ଯୋଗୁଁ ମାଟି ଅତଡ଼ା ଖସି ଗଜପତି ଓ ଗଂଜାମ ଗମନା ଗମନ ବାଧା...

ଲଗାଣ ବର୍ଷା ଯୋଗୁଁ ମାଟି ଅତଡ଼ା ଖସି ଗଜପତି ଓ ଗଂଜାମ ଗମନା ଗମନ ବାଧା ପ୍ରାପ୍ତ

216
ADVERTISEMENT

ଗଜପତି,୨୦/୮(ପ୍ରଭାତ କୁମାର ପାତ୍ର): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଗଜପତି ଜିଲ୍ଲାର ଆର୍ ଊଦୟଗିରି ଓ ନୂଆଗଡ ବ୍ଲକ୍ ଅଞ୍ଚଳରେ ମଧ୍ୟ ଆଜି ତୁହାକୁ ତୁହା ବର୍ଷା ଲାଗି ରହିଛି । ବର୍ଷା ପ୍ରଭାବ ରେ ଆର୍ ଉଦୟଗିରି ବାଦପୁର ନିକଟରେ ଭୂସ୍ଖଳନ ଯୋଗୁଁ ବଡ଼ ବଡ଼ ପଥର ଖସି ଗଜପତି ଓ ଗଂଜାମକୁ ସଂଯୋଗ କରୁଥିବା ମୁଖ୍ୟ ରାଜପଥର ଅର୍ଧାଧିକ ରାସ୍ତା ଅବରୋଧ ହୋଇ ପଡି ରହିଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବା ବେଳେ କିଛି ସ୍ଥାନରେ ରାସ୍ତା ମଧ୍ୟ ଧୋଇ ଯାଉଛି । ଝରଣା ଓ ନଦୀ ଗୁଡିକରେ ପ୍ରଖର ଶ୍ରୋତରେ ପାଣି ବହିଯାଉଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ସାଧାରଣ ଲୋକେ ନାନା ସମସ୍ୟାର ସମୁଖିନ୍ନ ହେଉଛନ୍ତି। ଗଜପତି ଜିଲ୍ଲା ଏକ ପାହାଡିଆ ଅଞ୍ଚଳ। ଏଠାରେ ବର୍ଷା ଦିନ ଆସିଲେ ରାସ୍ତା ପାର୍ଶ୍ୱରେ ଥିବା ପାହାଡିଆ ଜାଗା ମାନଙ୍କରୁ ପଥର ଖସିବା ସହ ମାଟି ଧୋଇ ହୋଇ ରାସ୍ତା ମଧ୍ୟକୁ ଖସି ଆସିଥାଏ। ଯାହାର ପ୍ରଭାବରେ ବାହ୍ୟ ଜଗତରୁ ବିଛିନ୍ନ ହୋଇଥାନ୍ତି ଅଞ୍ଚଳରେ ଥିବା ଛୋଟ ବଡ ଗ୍ରାମ ।

Advertisement