ଆସ୍କା,୩୦/୭ ଏଜେନସି :ବିଦ୍ୟୁତ ସେକ୍ସନ ନୂଆଗାଁ ନିକଟରେ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ର ଆସିକା ବିଦ୍ୟୁତ ଡିଭିଜନ ସ୍ତରରେ ଏକ ବୈଠକ ପଞ୍ଚାନନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଂଘ ର ସାଧାରଣ ସମ୍ପାଦକ କାଳୁ ଚରଣ ସାହୁ ଉପସ୍ଥିତ ଥିଲେ। ବୈଠକ ରେ ଆଉଟ୍ ସୋରସ କର୍ମଚାରୀଙ୍କ ସମସ୍ୟା ଉପରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିଥିଲେ। ଚଳିତ ବର୍ଷ ଜାନୁୟାରୀ ୧୫ ଠାରୁ ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ସଂଘ ସାଉଥକୋ ମୁଖ୍ୟ କାର୍ଯ୍ୟାଳୟ ବ୍ରହ୍ମପୁର ଠାରେ ଗଣଧାରଣା ଆନ୍ଦୋଳନ କରାଯାଇଥିଲା। ଗତ ୨୦୧୮ ଫେବୃଆରୀ ୧୧ ତାରିଖରେ ବିଦ୍ୟୁତ ବିଭାଗର ସର୍ବୋଚ୍ଚ କର୍ତ୍ତୃପକ୍ଷ ପ୍ରତି ଡିସକମ୍ ରେ ୨୦୦ ଜଣ ଲେଖାଏଁ ସ୍ଥାୟୀ ନିଯୁକ୍ତି ଦେବାକୁ ଏବଂ ଅବଶିଷ୍ଟ କାର୍ଯ୍ୟରତ ଆଉଟ ସୋରଶେଷ କର୍ମଚାରୀଙ୍କୁ ଇନସୋରସ କରିବାକୁ ସଂଘ ସହିତ ଚୁକ୍ତି କରି ପ୍ରତିବାଦ କରିଥିଲେ । କିନ୍ତୁ ରାଜ୍ୟ ରେ ସାଧାରଣ ନିର୍ବାଚନ ଘୋଷଣା ହେବାପରେ ସଂଘ ଉକ୍ତ ଆନ୍ଦୋଳନ କୁ ସ୍ଥଗିତ ରଖିଥିଲା । ଯଦି ସ୍ୱାଧୀନତା ଦିବସ ପୂର୍ବରୁ ଚୁକ୍ତି ମୁତାବକ କାର୍ଯ୍ୟକାରୀ ନ କରନ୍ତି ତାହେଲେ ଯେକୌଣସି ମୂହୁର୍ତ୍ତ ରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ଏବଂ ଏହି ବୈଠକରେ ଡିଭିଜନ ସ୍ତରୀୟ ଏକ କମିଟି ଗଠନ କରାଯାଇଥିଲା । ୧୫ ଜଣିଆ କାର୍ଯ୍ୟକାରୀ ସଭ୍ୟ ନିର୍ବାଚିତ ହୋଇଥିଲେ । ଡିଭିଜନ ସମ୍ପାଦକ ଭାବେ ଦେବରାଜ ସେଠୀ ଏବଂ ସଂଘର ଉପଦେଷ୍ଟା ଭାବେ ଦାମୋଦର ପ୍ରଧାନଙ୍କୁ ଚୟନ କରାଯାଇଥିଲା ।