Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଷ୍ଟାଡିୟମରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ଗଜପତି ଷ୍ଟାଡିୟମରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

199
ADVERTISEMENT

ପାରଳାଖେମୁଣ୍ଡି,୧୬/୦୮,(ପ୍ରଭାତ କୁମାର ପାତ୍ର ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମରେ ସ୍ୱାଧୀନ ଭାରତର ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମାନ୍ୟବର ଆଦିବାସୀ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତପନ କୁମାର ପଟ୍ଟନାୟକ ସମ୍ମାନୀୟ ଅତିଥିଭାବେ ଉପସ୍ଥିତ ରହିଥିଲେ। କରୋନା କଟକଣା ମଧ୍ୟରେ କେବେଳ ପୋଲିସ ବାହିନୀ ଦ୍ୱାରା ମୁହଁରେ ମାସ୍କ ଓ ସାମାଜିକ ଦୂରତ୍ୱ ରଖି ଆଜିର ସ୍ୱାଧୀନତା ଦିବସ ପାଳିତ ହୋଇଛି। ଏହି ଅବସରରେ କୋଭିଡ ଯୁଦ୍ଧରେ ଉତ୍ସର୍ଗୀକୃତ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Advertisement