ପାରଳାଖେମୁଣ୍ଡି ,୩୦/୭ ଏଜେନସି :- ପାରଳାଖେମୁଣ୍ଡି ବଡଦାଣ୍ଡ ମୁଖ୍ୟରାସ୍ତା ଠାରେ ଗତ ରଥଯାତ୍ରା ପୂର୍ବରୁ ନୂତନ ଭାବେ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇଥିଲା । ବର୍ତ୍ତମାନ ଏକ ମାସ ପରେ ପୁଣି ସେଠାରେ ପାଇପ ଲାଇନ ପାଇଁ ଗାତ ଖୋଳା ଯାଉଛି । ଏଠାରେ ସୂଚନା ଯୋଗ୍ୟ ଯଦି ପାଇପ ଲାଇନ କାର୍ଯ୍ୟ କରାଯିବାର ଆବଶ୍ୟକତା ଥିଲା । ତେବେ ସେହି କାର୍ଯ୍ୟ ନୂତନରାସ୍ତା ନିର୍ମାଣ ପୂର୍ବରୁ କାହିଁକି କରାଗଲାନି ? ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ପାଇପ ଲାଇନ ପାଇଁ ରାସ୍ତାରେ ଯେଉଁ ଖାଲ କରାଯାଇଛି ତାହା ଏବେ ଲୋକମାନଙ୍କର ଗମନାଗମନ ପାଇଁ ବିଶେଷ ଅସୁବିଧା ସୃଷ୍ଟି କରୁଛି । ପାଇପ ଲାଇନ କାମ ପାଇଁ ରାଜଦାଣ୍ଡ ଆନ୍ଧ୍ର ବ୍ୟାଙ୍କ ସମୁଖରେ ଗତ ୪ଦିନ ହେବ ଖାଲ ଖୋଳା ଯାଇଥିବା ବେଳେ ବର୍ତ୍ତମାନ ସେହି ଖାଲ ଗୁଡିକ ସେହିପରି ଭାବେ ପଡିରହିଛି । କୌଣସି କାର୍ଯ୍ୟ କରାଯାଉନାହିଁ । ଏହା ସମ୍ପର୍କରେ ସହକାରୀ ଯନ୍ତ୍ରୀ ଗୋବର୍ଦ୍ଧନ ସେଠୀଙ୍କୁ ଯୋଗାଯୋଗ କରିବାରୁ ସେ ଉତ୍ତରରେ ଜଣାଇଥିଲେ ଯେ ପାଇପ ପାଣି ଦୁର୍ଗନ୍ଧମୟ ହୋଇଥିବାକୁ ନେଇ ଆମ୍ଭେ ସେଗୁଡିକୁ ସଫେଇ କରିବା ସକାଶେ ରାଜଦାଣ୍ଡର ୪ଗୋଟି ସ୍ଥାନରେ ରାସ୍ତା ଖୋଲି ସଫେଇ କାର୍ଯ୍ୟ କରାଯାଉଛି । ଆଗକୁ ବର୍ଷାର ଆଗମନ ହୋଇଥିବାରୁ କାର୍ଯ୍ୟଟି ଅଧପନ୍ତରିଆରେ ରହିଯାଇଛି ।