Wednesday, November 18, 2026
ADVERTISEMENT
Home ଆଞ୍ଚଳିକ କୃଷକ ମୁକ୍ତି ଦିଵସ ପାଳନ କଳା ରୁଷୀକୁଲ୍ୟା ରୟତ ମହାସଙ୍ଘ

କୃଷକ ମୁକ୍ତି ଦିଵସ ପାଳନ କଳା ରୁଷୀକୁଲ୍ୟା ରୟତ ମହାସଙ୍ଘ

208
ADVERTISEMENT

କୋଦଳା,୧୦/୮,(ସୂର୍ଯ୍ୟନାରାୟଣ ବଡୁ) : ଅଗଷ୍ଟ ୯କୁ କୃଷକ ମୁକ୍ତି ଦିଵସ ପାଳିତ କରିଛନ୍ତି ବେଗୁନିଆପଡ଼ା ବ୍ଲକ ଶାଖା ରୁଷୀକୁଲ୍ୟା ରୟତ ମହାସଭା ।ଏହି ଅବସର ରେ ମହାସଭା ସଭାପତି ଜୋହନ ସ୍ବାଇଁ , ସମ୍ପାଦକ ନବକିଶୋର ସ୍ବାଇଁ , ଉପଦେଷ୍ଟା ବିଜୟ କୁମାର ସ୍ବାଇଁଙ୍କ ନେତ୍ରୁତ୍ଵ ରେ ବ୍ଲକ ଦୁଇଗୋଟି ପଞ୍ଚାୟତ ଯଥା ସାନ ଉସ୍ତାପଡା ପଞ୍ଚାୟତ ର କନ୍ଧ ରାଣିପଡା , ମର୍ଦ୍ଦମେଖ ପଞ୍ଚାୟତ ର ଜୟସିଂ ପୁର ଓ ଦିଗି ଗ୍ରାମର ବହୁ ଚାଷି ବନ୍ଧୁ ଅଗଷ୍ଟ ୯୍ ୧୯୪୨ମସିହାକୁ ମନେପକାଇ କୋଭିଡ କଟକଣା ଅନୁଯାଇ ସାମାଜିକ ଦୂରତ୍ୱ ବଜାୟ ରଖି ଏକ ରାଲି କରି ଗ୍ରାମ ପରିକ୍ରମା କରିସାରିବା ପରେ ଜର୍ପୋରେଟ କବଳରୁ କୃଷିକୁ ସମ୍ପୂର୍ଣ ମୁକ୍ତି କରିବା ଏବଂ କ୍ରୁଷକମାନଙ୍କ ସମସ୍ତ ରୁଣ ପରିଶୋଧ କରିବା ପାଇଁ ସରକାରଙ୍କ ଉଦ୍ଦେଶ୍ୟ ରେ କ୍ରୁଷକ ଦାବୀ ଉପସ୍ଥାପନା କରିଛନ୍ତି ।ସେମାନଙ୍କ ଦାବୀ ମଧ୍ୟ lରେ ଫସଲବୀମା ସମୟସୀମା ଅକ୍ଟୋବର ୩୧ପର୍ଯନ୍ତ ଘୁଞ୍ଚାଇବା , ସବୁ ଭାଗଚାଷୀଙ୍କୁ ରୁଣ ଯୋଗାଇବା ,ଜମିକୁ ପାଣି ଦେବା , ଚାଷି ବିରୋଧୀ ଅଧ୍ୟାଦେଶ ପ୍ରତ୍ୟାହାର , ତଳି ପୋଡି ଓ ଗଜାମରୁଡ଼ି ର କ୍ଷ୍ଯତିପୁରଣ ,ପ୍ରତି ବ୍ଲକ ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ପ୍ରଭ୍ରୂତି ଦାବୀ ଉପସ୍ଥାପନ କରିଥିଲେ ।ସେହି ଦାବୀ ଗୁଡିକୁ ଲିଖିତ ଆକାର ରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ସୋମବାର ବିଡିଓଙ୍କୁ ପ୍ରଦାନ କରାଯିବ ବୋଲି ସଭାପତି ପ୍ରକାଶ କରିଛନ୍ତି ।

Advertisement