ବ୍ରହ୍ମପୁର,୧୦/୮,(ସୁଦାମ ମହାରଣା) :ଓଡିଶା ମୋ ପରିବାର ପକ୍ଷରୁ ବେଗୁନିଆପଡା ଠାରେ ରବିବାର ଦିନ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।ଏହି ଶିବିର କୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ ଘାଟନ କରିଥିବା ବେଳେ ବେଗୁନିଆପଡା ବିଡିଓ, ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମର ସହ ସଞ୍ଜୋଜକ ନିର୍ମଳ ଚନ୍ଦ୍ର ସାହୁ, ବ୍ଲକ ବିଜେଡି ସଭାପତି ବିଜୟ ଦୋରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଭ୍ରାମ୍ୟମାଣ ଭ୍ୟାନରେ ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀମାନେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ରକ୍ତ ସଗ୍ରହ କରିଥିଲେ ।ଏହି ଶିବିରରୁ ୩୦ଗୋଟି ରକ୍ତ ୟୁନିଟ ସଂଗୃହିତ ହୋଇଥିଲା।

















