Wednesday, October 7, 2026
ADVERTISEMENT
Home ଆଞ୍ଚଳିକ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ

ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ

273
ADVERTISEMENT

ପାରଳାଖେମୁଣ୍ଡି,୯/୮,(ପ୍ରଭାତ କୁମାର ପାତ୍ର) : ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ। ପାରଳାଖେମୁଣ୍ଡି ଟାଉନହଲ ପରିସରରେ ଆୟୋଜିତ ଏହି ରକ୍ତ ଦାନ ଶିବିରକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲ୍ଲା ବିଜେଡିର ବହୁ ସ୍ଥାନୀୟ ନେତୃତ୍ୱ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି। ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ସମେତ ବହୁ ସଂଖ୍ୟକ ସାଧାରଣ ଲୋକ ସ୍ବେଛାକୃତ ଭାବରେ ରକ୍ତ ଦାନ କରିଛନ୍ତି। କୋରନା ଭଳି ମହାମାରୀ ସମୟରେ ସାଧାରଣ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ରକ୍ତର ଅଭାବକୁ ଦୁର କରିବା ସକାଶେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରାଜ୍ୟର ସମସ୍ତ ଅଞ୍ଚଳରେ ଜାରି ରହିଛି ଏହି କାର୍ଯ୍ୟକ୍ରମ । ରକ୍ତ ଦାନ ମହା ପୁଣ୍ୟ ହୋଇଥିବା ବେଳେ ଏଥିଦ୍ବାରା ଅନେକଙ୍କ ଜୀବନ ବଞ୍ଚି ଯାଇଥାଏ। ତେବେ କରୋନାକୁ ନେଇ ଏକ ସଙ୍କଟ ସମୟରେ ଚିକିତ୍ସାରେ ରକ୍ତାଭାବ ଦୂର କରିବା ପାଇଁ ସାରା ରାଜ୍ୟରେ ଆୟୋଜିତ ରକ୍ତଦାନ ଶିବିର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସାଧାରଣରେ ସାଧୁବାଦ ଜଣାଯାଇଛି।

Advertisement