Wednesday, October 7, 2026
ADVERTISEMENT
Home ଆଞ୍ଚଳିକ ଗୁଜୁରାଟ ଅଗ୍ନିକାଣ୍ଡ ଘଟଣା ପରେ ଗଜପତି ଅଗ୍ନିସେବା ବିଭାଗର ତତ୍ପରତା

ଗୁଜୁରାଟ ଅଗ୍ନିକାଣ୍ଡ ଘଟଣା ପରେ ଗଜପତି ଅଗ୍ନିସେବା ବିଭାଗର ତତ୍ପରତା

210
ADVERTISEMENT

ଗଜପତି,୦୭/୦୮ (ପ୍ରଭାତ କୁମାର ପାତ୍ର) : ଘଟଣା ଘଟିବା ପରେ ମନେ ପଡୁଛି ସୁରକ୍ଷା ବ୍ୟବସ୍ଥା। ତତ୍ପରତା ପ୍ରକାଶ କରୁଛି ବିଭାଗ। ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ମୃତ୍ୟୁ ଏବଂ ଅନେକ ଆହତ ହେବା ପରେ ରାଜ୍ୟରେ ତତ୍ପର ହୋଇଛି ବିଭାଗ। ସମସ୍ତ କୋଭିଡ ହସ୍ପିଟାଲରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା କିପରି ରହିଛି ଏହାର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମହାନିର୍ଦ୍ଦେଶକ। ଗଜପତି ଜିଲ୍ଲାରେ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଜିଲ୍ଲାର ୪ଟି କେୟର ସେଣ୍ଟର ସ‌ହ କୋଭିଡ ହସ୍ପିଟାଲ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ। ବେତାଗୁଡା ଏବଂ ମୋହନା କାଳିଆଭଟାସ୍ଥିତ କେୟର ସେଣ୍ଟର, ଓ ଆର ସିତାପୁର ଭାରତମାତା ପରିସରରେ ଥିବା କୋଭିଡ ହସ୍ପିଟାଲରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା କିଛି କିଛି ନିଆଯାଇଛି, ଏବଂ ଆହୁରି କିଛି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ।

Advertisement