Thursday, October 8, 2026
ADVERTISEMENT
Home ଆଞ୍ଚଳିକ କରୋନାକୁ ପ୍ରତିରୋଧ କରିବାକୁ ବିଭିନ୍ନ ପଦକ୍ଷେପ

କରୋନାକୁ ପ୍ରତିରୋଧ କରିବାକୁ ବିଭିନ୍ନ ପଦକ୍ଷେପ

189
ADVERTISEMENT

ପାରଳାଖେମୁଣ୍ଡି,୬/୮(ପ୍ରଭାତ କୁମାର ପାତ୍ର) : ଗଜପତି : କରୋନାକୁ ପ୍ରତିରୋଧ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ, ଶରୀର ମଧ୍ୟରେ ପ୍ରତିଶେଧକ ଶକ୍ତି ବୃଦ୍ଧି କରିବା ଏହାର ପ୍ରମୁଖ ଚିକିତ୍ସା ହୋଇଛି। ତେବେ ଏହାକୁ ଆଧାର କରି ସହରର ବୟୋଜ୍ୟେଷ୍ଠ ଏବଂ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାରର ଏଲୋପାତି ଓ ହୋମିଓପାଥି ଔଷଧ ବଣ୍ଟନ ବ୍ୟବସ୍ଥା କରିଛି ପ୍ରଶାସନ । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମ କରି ପାରଳାଖେମୁଣ୍ଡି ମୁନିସିପାଲିଟିରେ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାପାଳ ଅନୁପମ ସାହା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ୩ ନମ୍ବର ଓ୍ବାର୍ଡର ବହୁ ବରିଷ୍ଠ ନାଗରିକ ଓ ମହିଳାଙ୍କୁ ଔଷଧର ଏକ ଏକ କିଟ୍ ପ୍ରଦାନ କରିଥିଲେ। ଏଥିରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ପାରଳା ମୁନିସିପାଲିଟି ନିର୍ବାହୀ ଅଧିକାରୀ, ଅତିରିକ୍ତ ତହସିଲଦାର ସ୍ୱାଗତିକା ଦାସ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଛନ୍ତି।

Advertisement