ପାରଳାଖେମୁଣ୍ଡି,୫/୮(ପ୍ରଭାତ କୁମାର ପାତ୍ର) : ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା ନୁଆଁ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭୫, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭୪, ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କମଧ୍ୟରେ ପାରଳାଖେମୁଣ୍ଡି ମୁନିସିପାଲିଟି ଅଞ୍ଚଳର ୨୮, ରାୟଗଡ ବ୍ଳକ ଅଞ୍ଚଳର ୧୫,ଗୁମ୍ମା ବ୍ଳକ ଅଞ୍ଚଳର ୦୬ , ଗୋଷାଣି ବ୍ଳକ ଅଞ୍ଚଳର ୧୮, ରା ଉଦୟଗିରି ବ୍ଳକ ଅଞ୍ଚଳର ୬,ମୋହନା ଓ ନୁଆଗଡ ବ୍ଳକ ଅଞ୍ଚଳର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରିବା ସମୟରେ ୫୧ ଏବଂ ପୁର୍ବ ସଙ୍କ୍ରମିତ ସଂସ୍ପର୍ଶରେ ଆସି ୧୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୦୪ ଜଣ କୋରନା ଯୋଦ୍ଧା ରହିଛନ୍ତି । ବାହାରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୨ ଜଣ ୫ ଜଣ ଆକ୍ରାନ୍ତ କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଆଉ ଜଣେ ୨୭ ବର୍ଷିୟ ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବ୍ୟକ୍ତି ଜଣକ ରା ଉଦୟଗିରି ଅଞ୍ଚଳରୁ ହୋଇଥିବା ବେଳେ ଜିଲ୍ଲାରେ କୋରନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୫ ରେ ପହଞ୍ଚିଛି।



















