ବ୍ରହ୍ମପୁର ,୩୦/୭ ଏଜେନସି : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ସୋମବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶିବିରରେ ବିଭିନ୍ନ ଗ୍ରାମ ପଞ୍ଚାୟତର ଜନ ସାଧାରଣ ଉପସ୍ଥିତ ରହି ସେମାନଙ୍କର ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଏବଂ କୋଦଳା ଅଞ୍ଚଳରେ ଥିବା ବେଆଇନ ପାଣି ଫେକ୍ଟ୍ରି ଉପରେ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାରୁ ଜିଲ୍ଲାପାଳ ଏହାକୁ ସିଲ୍ କରିବେ ବୋଲି ନିର୍ଦେଶ ଦେଇଥିଲେ । ଏହି କାଯ୍ୟକ୍ରମରେ ଉପ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ବେଗୁନିଆପଡା ବିଡ଼ିଓ, କୋଦଳା ତହସିଲଦାର, କୋଦଳା ଥାନା ଅଧିକାରୀ ଓ ବେଗୁନିଆପଡା ଥାନା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗର କର୍ମକର୍ତା ଉପସ୍ଥିତ ଥିଲେ ।