କନ୍ଧମାଳ,୩୦/୭ ଏଜେନସି : ବାଲିଗୁଡା ବ୍ଲକ ତରଫରୁ ମଧୁବାବୁ ପେନସନ ଓ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉପରେ ସମୀକ୍ଷା ବୈଠକ କରାଯାଇଥିଲା । ଏହି ବୈଠକ ପାଞ୍ଚୋଟି ଗ୍ରାମପଞ୍ଚାୟତ ବାରଖମା,ବୁଡ଼ରୁକିଆ, ଖମନଖୋଲ,ବାଟାଗୁଡା,କୁଟିକିଆର ଜନସାଧାରଙ୍କୁ ନେଇ କରାଯାଇଥିଲା । ଏହି ବୈଠକରେ ବୃଦ୍ଧାବୃଦ୍ଧିଙ୍କୁ ମଧୁବାବୁ ପେନସନ ଦିଆଯାଇଥିବା ସହ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଉପରେ ଗ୍ରାମର ସମସ୍ତ ଜବକାର୍ଡଧାରୀଙ୍କୁ ତାଲିମ ଦିଆଯାଇଥିଲା । ବାଲିଗୁଡା ବ୍ଲକ ଏପିଓ କରଣ ଉଠାନସିଂ, ପଞ୍ଚାୟତର ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସରପଞ୍ଚ, ନାଏବ ସରପଞ୍ଚ, କନିଷ୍ଠ ଯନ୍ତ୍ରୀ ଏହି ବୈଠକରେ ଯୋଗଦେଇଥିଲେ ।