କୋଦଳା,୨/୮,(ସୂର୍ଯ୍ୟନାରାୟଣ ବଡୁ ) : ଆଜିକାଲିର ବ୍ୟସ୍ତତାଭରା ଜୀବନରେ କିଏ ବା କାହିଁକି ଜନସେବା କରିବାକୁ ବାହାରିବ ।କିନ୍ତୁ କୋଦଳାରେ ଏମିତି ଗୋଟିଏ ଅନୁଷ୍ଠାନ ଅଛି ଯାହାର ସମସ୍ତ କର୍ମକର୍ତ୍ତା ଉଚ୍ଚଶିକ୍ଷିତ, କାର୍ଯ୍ୟବ୍ୟସ୍ତ । ଏହାରି ଭିତରେ ବ୍ରୁକ୍ଷ୍ଯରୋପଣ ସେମାନଙ୍କ ଏକ ନିଶାରେ ପରିଣତ ହୋଇଯାଇଛି । ଟିକିଏ ଫୁରୁସତ ମିଳିଲେ ଲାଗିଯାଆନ୍ତି ବ୍ରୁକ୍ଷ୍ଯରୋପଣ ରେ । ଛାଇ , ଫୁଲ , ଫଳ ଓ ଔଷଧିୟ ବ୍ରୁକ୍ଷ୍ଯ ସନ୍ଧାନ ରେ ଥାନ୍ତି ସେମାନେ । ଏହାକରି ଜନସାଧାରଣ ସମେତ ପ୍ରଶାସନ ରା ମଧ୍ୟ ପ୍ରିୟଭାଜନ ହୋଇପାରିଛନ୍ତି ଏହି ସ୍ଵେଛାସେବୀ ଗ୍ରୁପ ।ଏହାରି ଭିତରେ ରବିବାର ଉକ୍ତ ଅନୁଷ୍ଠାନ ର କିଛି ସ୍ଵେଚ୍ଛାସେବୀ ଯୁବକ ସ୍ଵର୍ଣ୍ଣମୟୀ ହାଇସ୍କୂଲ ଆଗ ରୋଡ ଏବଂ ପୋଲିସ ସ୍ଟେଶନ ରୋଡରେ ବ୍ରୁକ୍ଷ୍ଯ ଲଗାଇବାରେ ବ୍ୟସ୍ତ ଥିଲେ । ସେମାନଙ୍କୁ ଯୋଗାଯୋଗ କରିବାରେ ସେ କହିଥିଲେ ଯେ ଆମ୍ଭ ଅନୁଷ୍ଠାନ ସମସ୍ତ ସାମାଜିକ କାର୍ଯ୍ୟରେ ଯୋଗଦେବାକୁ ଇଛା କରି ଯେତେ ପାରିବୁ ଯୋଗ ଦେଉଛୁ ।”ବ୍ରୁକ୍ଷ୍ଯ ହିଁ ଜୀବନ “ସହର ର ଅନେକ ସ୍ଥାନ ରେ ବ୍ରୁକ୍ଷ୍ଯ ରୋପଣ କାର୍ଯ୍ୟ ଚାଲୁରହିଛି । ଗଛ ଲଗାଇ ସେମାନଙ୍କ ଯତ୍ନନେବା ସହିତ ପ୍ରତ୍ୟକ ଗଛ କେମିତି ବଞ୍ଚିରହିବ ସେଥିପ୍ରତି ଦ୍ରୁସ୍ଠି ଦେବାକୁ ପଡୁଛି । ଏଣୁ ବ୍ଯତୀବସ୍ଥ ନ ହୋଇ ଅଳ୍ପ ଗଛ ଲଗାଇ ସେଗୁଡିକୁ ବଞ୍ଚାଇ ରଖିବା କୁ ଯଥାସାଧ୍ୟ ଚେଷ୍ଟାକରୁଛୁ ବୋଲି ଅନୁଷ୍ଠାନ ର ସଭାପତି ମନୋଜ କୁମାର ପାଢ଼ୀ ପ୍ରକାଶ କରିଛନ୍ତି ।ଆଜି ଆମ୍ଭେ ବିଭି୍ନ୍ନ କିସମ ର ୨00ଗଛ ଲଗାଇବାକୁ ଇଛାକରି କାର୍ଯ୍ୟ ଆରମ୍ଭ କରିଛୁ । ବର୍ତ୍ତମାନ ସୁଦ୍ଧା୪0ଗଛ ଲଗାଇଛୁ ।କାର୍ଯ୍ୟ ଚାଲୁ ରହିଛି ।ପୁରୁଣା ଗଛମୂଳ ଗୁଡିକୁ ମଧ୍ୟ ସଫାସୁତୁରା କରି ଜାଲିବାଡ ଦେଉଛୁ ।ଜନସାଧାରଣ ଏବଂ ପ୍ରଶାସନ ସମ୍ପୂର୍ଣ ସହଯୋଗ କରୁଛନ୍ତି ।ଏହା କରିବା ଦ୍ଵାରା ଆତ୍ମସନ୍ତୋଷ ଲାଭ କରୁଛୁ । ଏମିତି ଟିକିଏ ସମୟ ମିଳିଲେ ବ୍ରୁକ୍ଷ୍ଯରୋପଣ କରିବୁ ବୋଲି କହିଥିଲେ। କ୍ଲବର ଅନ୍ୟମାନଙ୍କ ମଧ୍ୟ ରେ ଲୋଚନ ମୁନି , ଦିପୁ ଶତପଥୀ , ମିଟୁ ପୋଲେଈ , ବବୂଲ ପରିଡା ପ୍ରମୁଖ ଉକ୍ତକାର୍ଯ୍ୟ ରେ ଯୋଗଦେଇଥିଲେ । ଏହି ଅନୁଷ୍ଠାନ ର ସାମାଜିକ କାର୍ଯ୍ୟ ତଥା ବ୍ରୁକ୍ଷ୍ଯ ଲଗାଇବା ଏଵଂ ସେମାନଙ୍କ ସଠିକଯତ୍ନ ନେଉଥିବାରୂ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

















