ବ୍ରହ୍ମପୁର,୨/୮,(ବିଶ୍ୱରଞ୍ଜନ) : ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ତଥା ବଡ ଡାକ୍ତରଖାନା ଏବଂ କନିସି ସ୍ଥିତ ଜାତୀୟ ରାଜପଥ କଡ଼ରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅଶ୍ୱିନୀ କୋଭିଡ ଚିକିତ୍ସାଳୟ ଉଦଘାଟନ ହୋଇଚି I ଯେଉଁଥିରେ ଓଡିଶାର ବରନ୍ୟ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅଥିତି ରୂପରେ ଯୋଗ ଦେଇଥିବାବେଳେ ବରିଷ୍ଟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ,ସାଂସଦ ଚନ୍ଦ୍ରଶେଖର ସାହୁ ପ୍ରମୁଖ ଉପସ୍ଥିତ ଥିଲେ I ଆଗାମୀ ଦିନରେ କରୋନା ରୂପରେଖ ବଦଳିବା ପାଇଁ ଆହୁରି ଅନେକ ପଦକ୍ଷେପ ନିଆଯିବ ଏବଂ ସ୍ଥିତି ସୁଧୁରିଲାଣି ଆକ୍ରାନ୍ତ ସଂଖ୍ୟା କମୁଚି ବୋଲି କହିବା ସହ ସାମାଜିକ ଦୂରତା ମାନିବା ସହ ମାସ୍କ ପିନ୍ଧିବାକୁ ଆହ୍ୱାନ ଦେଇଥିଲେ ବାଚସ୍ପତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ପାଇଁ ସର୍ବଦା ଚିନ୍ତିତ ବୋଲି ନିଜ ଅଭିଭାଷଣରେ କହିଥିଲେ I

















