Tuesday, October 6, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲାରେ ଥମିବାର ନା ନେଉନି କରୋନା

ଗଜପତି ଜିଲ୍ଲାରେ ଥମିବାର ନା ନେଉନି କରୋନା

220
ADVERTISEMENT

ପାରଳାଖେମୁଣ୍ଡି ,୨/୮,(ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲାରେ ଥମିବାର ନା ନେଉନି କରୋନା। ସଂକ୍ରମିତ ସଂଖ୍ୟାରେ ଆଜି ପୁଣି ଯୋଡ଼ି ହୋଇଛି ୯୧ ଆକ୍ରାନ୍ତଙ୍କ ନାମ। ଚିହ୍ନଟ ହୋଇଥିବା ନୁଆଁ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୧୬୦୦ରେ, ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କମଧ୍ୟରେ କେବଳ ପାରଳାଖେମୁଣ୍ଡି ମୁନିସିପାଲିଟି ଅଞ୍ଚଳର ୩୬, ରାୟଗଡ ବ୍ଳକ ଅଞ୍ଚଳର ୧୦,ଗୁମ୍ମା ବ୍ଳକ ଅଞ୍ଚଳର ୧୯, ଗୋଷାଣି ଓ ନୂଆଗଡ ବ୍ଳକ ଅଞ୍ଚଳର ୪ଜଣ ଲେଖାଏଁ, କାଶୀନଗର ବ୍ଲକ ଅଞ୍ଚଳର ୭ ଓ ମୋହନା ଅଞ୍ଚଳରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରିବା ସମୟରେ ୫୩, ପୁର୍ବ ସଙ୍କ୍ରମିତ ସଂସ୍ପର୍ଶରେ ଆସି ୩୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୭ ଜଣ କୋରନା ଯୋଦ୍ଧା ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

Advertisement