ବ୍ରହ୍ମପୁର,୨/୮,(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମରେ ଗତ ମାସ ୩ତାରିଖରେ ଚୋରା ମଦ କାରବାରକୁ କେନ୍ଦ୍ର କରି ଗୋଷ୍ଠୀ ସଘର୍ଷ ରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମାନେ ଆହତ ହୋଇଥିଲେ । ଗତ ୫ତାରିଖରେ ପୁଲିସ ୩ଜଣଙ୍କୁ ଗିରଫ କରିଥିଲା ।
ଅନ୍ୟ ୮ଜଣ ଅଭିଯୁକ୍ତ ଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିବା ଯୋଗୁଁ ପଥରା ଗ୍ରାମରେ ଅସନ୍ତୋଷ କୁହୁଳିବାରେ ଲାଗିଛି, ଯାହାକି ଶନିବାର ଦିନ ଉଗ୍ର ରୂପ ରେ ପରିଣତ ହୋଇଛି । ଅଭିଯୁକ୍ତ ମାନେ ଖୁଲମଖୁଲା ଭାବେ ବାହରେ ବୁଲୁଥିଲେ ମଧ୍ୟ ପୁଲିସ ଗିରଫ କରୁନାହିଁ।ଏହାର ପ୍ରତିବାଦ ରେ ପଥରା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଭେଜିପୁଟ ଫାଣ୍ଡି କୁ ଦୀର୍ଘ ସମୟ ଧରି ଘେରାଉ କରିଥିଲେ ।ଫଳରେ ଉତେଜନା ଦେଖାଦେଇଥଲା ।ଘଟଣା ସ୍ଥଳରେ ଖଲ୍ଲିକୋଟ ବିଧାୟିକା ପ୍ରତିନିଧି ଦୈତାରି ବେହେରା, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ରତ୍ନାକର ସାହୁ, ଛତ୍ରପୁର ଏସଡିପିଓ ଗୌତମ କିଷାନ, ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ୩ଦିନ ମଧ୍ୟରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ପରସ୍ଥିତ ଶାନ୍ତ ପଡିଥିଲା ।
ପଥରାରେ ଚୋରା ମଦ ବ୍ୟାପରକୁ କେନ୍ଦ୍ର କରି ଗୋଷ୍ଠୀ ସଘର୍ଷ
ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଫାଣ୍ଡି ଘେରାଉ
















