Thursday, October 8, 2026
ADVERTISEMENT
Home ଆଞ୍ଚଳିକ ପାରଳାଖେମୁଣ୍ଡି ଉପକାରାଗାରରେ ଦୁଇ ଜଣ ବିଚାରଧୀନ କଏଦୀ କରୋନା ସଙ୍କ୍ରମିତ ଚିହ୍ନଟ

ପାରଳାଖେମୁଣ୍ଡି ଉପକାରାଗାରରେ ଦୁଇ ଜଣ ବିଚାରଧୀନ କଏଦୀ କରୋନା ସଙ୍କ୍ରମିତ ଚିହ୍ନଟ

288
ADVERTISEMENT

ଗଜପତି,୦୧/୦୮(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ଉପ କାରାଗାରରେ ଦୁଇଜଣ ବିଚାରାଧୀନ କଏଦି କୋରନା ସଙ୍କ୍ରମିତ ଚିହ୍ନଟ, ମୋହନା ପୋଲିସ ଦ୍ବାରା ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇ ଆସିଥିବା ଦୁଇ ଅଭିଯୁକ୍ତ କୋରନା ଆକ୍ରାନ୍ତ ହୋଇଥିବା ଜାଣିବା ପରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପକ୍ଷରେ ଅଭିଯୁକ୍ତକୁ ଗିରଫ ପରେ କୋଭିଡ ପରିକ୍ଷା କରିବା ପରେ ଜେଲକୁ ପଠାଇବା ନିୟମ ରହିଥିବା ବେଳେ ତାର ବ୍ୟତିକ୍ରମ ଯୋଗୁଁ ଜେଲରେ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଅନ୍ୟ ଅନ୍ତେବାସୀ ଓ ଜେଲ କର୍ମଚାରୀ ସଙ୍କ୍ରମିତ ହେବା ଆଶଙ୍କା ରହିଥିବା କହିଛନ୍ତି ଜେଲ କର୍ତ୍ତୃପକ୍ଷ । ଅନ୍ୟ ପକ୍ଷରେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ସଙ୍କ୍ରମଣ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଘରୋଇ ସଙ୍ଗରୋଧର ନିର୍ଦ୍ଦେଶ ଦିଆଯାଇଥିବା ସୁଚନା ଦେଇଛନ୍ତି ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକ ।

Advertisement