ଗୁମ୍ମା ବ୍ଲକ୍ବାସୀଙ୍କ ବିଭିଦ ସମସ୍ୟା ନେଇ ପାରଳା ସ୍ୱାଭିମାନ ମଂଚର ଅଧ୍ୟକ୍ଷ ଗୁମ୍ମା ବିଡିଓଙ୍କୁ ଭେଟିଲେ ।

233
ADVERTISEMENT

ପାରଳାଖେମୁଣ୍ଡି, ୨୯/୭ ଏଜେନସି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବିଭିନ୍ନ ସମସ୍ୟା ନେଇ ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ତ୍ରିରୁପତି ପାଣିଗ୍ରାହୀ ଆଜି ଗୁମ୍ମା ବିଡିଓ ନଟବର ଗରଡାଙ୍କ ସହ ଆଲୋଚନା କଲେ । ଆଜି ତ୍ରିରୁପତି ପାଣିଗ୍ରାହୀ ଗୁମ୍ମାର ବିଭିନ୍ନ ଅଂଚଳ ପରିଦର୍ଶନ କରି ଲୋକଙ୍କ ବିଭିନ୍ନ ଅସୁବିଧା ଓ ସମସ୍ୟା ନେଇ ପଚାରି ବୁଝିଥିଲେ । ଗତ ତିତିଲି ବାତ୍ୟାରେ ଲୋକଙ୍କୁ ଘର ମିଳିନଥିବା ଏବଂ ପ୍ରଧାନମନ୍ତ୍ରୀ ଆବାସ ବିଜୁପକା ଘର ଗୁଡିକ ପ୍ରକୃତ ହିତାଧିକାରୀଙ୍କୁ ନ ମିଳୁଥିବା ଏବଂ ଧନୀଶାଳୀ ବ୍ୟକ୍ତିଙ୍କୁ ମିଳୁଥିବା ଲୋକ କହିଥିଲେ । ଏହି ସବୁ ଶୁଣିବା ପରେ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ତ୍ରିରୁପତି ପାଣିଗ୍ରାହୀ ବିଡିଓଙ୍କୁ କହିଥିଲେ ଯେ, ବର୍ତ୍ତମାନ ଘର ସର୍ଭେ ଚାଲିଛି ବହୁ ଲୋକଙ୍କ ନାମ କଟି ଯାଇଥିବାରୁ ପୁନର୍ବାର ସର୍ଭେ କରି ଠିକ ହିତାଧିକାରୀଙ୍କୁ ଚୟନ କରନ୍ତୁ । ଏହା ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ୍ ଅଧିକାଶଂ ଲୋକ ଗରିବ ଶ୍ରେଣୀର ଲୋକେ ବସବାସ କରନ୍ତି ତେଣୁ ବୁଡାବୁଢି ଭତ୍ତା ଆଦି କ୍ଷେତ୍ରରେ ପାତରଅନ୍ତର ନ କରି ପ୍ରକୃତ ହିତାଧିକାରୀଙ୍କୁ ଦେବା ପାଇଁ କହିଥିଲେ । ଏହା ସହିତ ଉଠା ଜଳସେଚନ କାର୍ଯ୍ୟକାରୀ ହେଉନଥିବା, ବିଦ୍ୟୁତ କରଣ ପାଇଁ ୨୦୧୭ରୁ ଟଙ୍କା ଖର୍ଚ୍ଚ ନ ହୋଇ ପଡି ରହିଥିବା ଆଦି ବିଷୟରେ ଗୁମ୍ମା ବିଡିଓଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୁମ୍ମା ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମ୍ମା, ଗୁମ୍ମା ସରପଞ୍ଚ ଜିକନୀୟ ରଇତ, ପୂର୍ବତନ ଉପଧ୍ୟକ୍ଷ ବେରିନିକ ଗମାଙ୍ଗ, ଗୋବରା ତ୍ରିପତି ରାଓ, ମୁଣ୍ଠୁ ପାଣିଙ୍କ ସହ ସମସ୍ତ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ ।

Advertisement